ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ କାମ୍ପାଲା ଯାତ୍ରା

ଭୁବନେଶ୍ୱର : ଓଡିଶା ବିଧାନସଭା ବାଚସ୍ପତି ଡଃ ସୂର୍ଯ୍ୟନାରାୟଣ ପାତ୍ର ୬୪ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସମ୍ମିଳନୀରେ ଯୋଗ ଦେବା ପାଇଁ ଆଜି ଉଗାଣ୍ଡାର ରାଜଧାନୀ କାମ୍ପାଲା ଯାତ୍ରା କରିଛନ୍ତି। ସେ ଚଳିତମାସ ୨୯ ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିବେ। ଏହାପରେ ଅଧ୍ୟୟନ ଗସ୍ତରେ ହଙ୍ଗେରୀ, ପୋଲାଣ୍ଡ ଓ ଚେକୋସ୍ଲୋଭାକିଆ ଯାତ୍ରା କରିବେ। ବାଚସ୍ପତି ଡଃ ପାତ୍ର ଅକ୍ଟୋବର ୭ ତାରିଖରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କ ସହିତ ବିଧାନସଭାର ସଚିବ ଦାଶରଥୀ ଶତପଥୀ ମଧ୍ୟ ଗସ୍ତରେ ଯାଇଥିବା ସୂଚନା ମିଳିଛି।

ମତାମତ ଦିଅନ୍ତୁ ।