ବାତ୍ୟାର ସୂଚନା ନାହିଁ, ଦୁଇ ତିନିଦିନ ଭିତରେ ଶୀତ ଆସିବ

ଭୁବନେଶ୍ୱର : ଆସନ୍ତା ଦୁଇରୁ ତିନିଦିନ ମଧ୍ୟରେ ରାଜ୍ୟରେ ଆଶିଂକ ଶୀତର ପ୍ରଭାବ ପଡ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆଉ ସ୍ପଷ୍ଟ କରାଯାଇଛି ବାତ୍ୟା ନେଇ ଚାଲିଥିବା ପ୍ରଚାର ଠିକ୍ ନୁହେଁ। ଆଗାମୀ ଏକ ସପ୍ତାହ ଯାଏ ବାତ୍ୟାର କୌଣସି ସୂଚନା ନାହିଁ।

ପାଣିପାଗ ବିଭାଗ କହିଛି ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଥିଲା। ଲଘୁଚାପ ନିଷ୍କ୍ରିୟ ହୋଇଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ଗୋଟିଏ ଘୂର୍ଣ୍ଣି ବଳୟ ରହିଛି। ଏଥିସହ ଏକ ଟ୍ରପ୍‌ ଲାଇନ୍‌ ଘୂର୍ଣ୍ଣି ବଳୟରୁ ଆସାମ ପର୍ଯ୍ୟନ୍ତ ଲମ୍ୱିଛି। ଏହାର ପ୍ରଭାବରେ ଆଜି ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଅପରାହ୍ଣ ବେଳକୁ ପଶ୍ଚମ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତାରୀଣ ଓଡ଼ିଶାର କେତୋଟି ଜିଲ୍ଲାରେ ସାମାନ୍ୟ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

ମତାମତ ଦିଅନ୍ତୁ ।