ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବାର ସମ୍ଭାବନା ନାହିଁ-ଏସ୍‌ଆର୍‌ସି

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଡିପ୍ ଡିପ୍ରେସନ୍ ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି। ‘ବୁଲ୍‌ବୁଲ୍’ ନାମକରଣ ହୋଇଥିବା ବାତ୍ୟା ଏବେ ପାରାଦୀପ ଠାରୁ ୭୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତିକରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଇଛି।

ଆସନ୍ତା ୯ ତାରିଖ ସନ୍ଧ୍ୟାରେ ପାରଦୀପ ଠାରୁ ୧୩୮ କି.ମି. ଓ ଗୋପାଳପୁର ଠାରୁ ୩୪୭ କି.ମି. ଦୂରରେ ରହିବ ବୋଲି ଏସ୍‌ଆର୍‌ସି ପ୍ରଦୀପ ଜେନା କହିଛନ୍ତି। ସେହପିରି ୧୦ ତାରିଖ ସନ୍ଧ୍ୟା ବେଳକୁ ଧାମରା ଠାରୁ ୧୪୯ କି.ମି. ଦୂରରେ ରହିବ। ତେଣୁ ବର୍ତ୍ତମାନର ତଥ୍ୟରୁ ଯାହା ଜଣାପଡ଼ୁଛି ଏହା ଓଡ଼ିଶା ଉପକୂଳକୁ ଛୁଇଁବାର ସମ୍ଭାବନା ନାହିଁ ବୋଲି ଶ୍ରୀ ଜେନା କହିଛନ୍ତି। କିନ୍ତୁ ଏହାର ପ୍ରଭାବରେ ୯ ଓ ୧୦ ତାରିଖରେ ଉପକୂଳବର୍ତ୍ତୀ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୭୦ କି.ମି. ରହିବାର ସମ୍ଭାବନା ରହିଛି।

ମତାମତ ଦିଅନ୍ତୁ ।