ବାତ୍ୟା ‘କିଆର’ ସୁପର୍‌ ସାଇକ୍ଲୋନ୍‌ ପାଲଟିଲା

ନୂଆଦିଲ୍ଲୀ: ପୂର୍ବ କେନ୍ଦ୍ରୀୟ ଆରବ ସାଗର ଉପରେ ଥିବା ବାତ୍ୟା ‘କିଆର’ ତୀବ୍ରରୁ ତୀବ୍ରତର ହୋଇ ସୁପର୍‌ ସାଇକ୍ଲୋନ୍‌ ପାଲଟିଥିବା ଭାରତୀୟ ପାଣିପାଗ ସଂସ୍ଥାନ ପକ୍ଷରୁ ସୂଚନା ଦିଆଯାଇଛି। ‘କିଆର’ ଏବେ ଘଣ୍ଟା ପ୍ରତି ୧୬ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତିକରି ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ କେନ୍ଦ୍ରୀଭୂତ ହୋଇଛି। ଏହା ମୁମ୍ବାଇର ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରୁ ୭୯୦ କିଲୋମିଟର୍‌ ଓ ଓମାନର ସାଲାଲାର ପୂର୍ବ-ଉତ୍ତରପୂର୍ବର ୧୨୦୦ କିଲୋମିଟର ଏବଂ ମାସିରା ପୂର୍ବ-ଦକ୍ଷିଣପୂର୍ବକୁ ୭୪୦ କିଲୋମିଟର୍‌ ଦୂରରେ ରହିଛି। ପରବର୍ତ୍ତୀ ପାଞ୍ଚ ଦିନ ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତିକରି ଓମାନ ଉପକୂଳରେ ପହଞ୍ଚିବ। ଆଜି ସନ୍ଧ୍ୟା ଯାଏଁ ରହିବ ବାତ୍ୟା ‘କିଆର୍‌’ର ସୁପର୍‌ ସାଇକ୍ଲୋନ୍‌ ଭଳି ତୀବ୍ରତା। ପରେ ଧୀରେ ଧୀରେ ଦୁର୍ବଳ ହୋଇଯିବ। ହେଲେ ଏହାର ପ୍ରଭାବରେ ମରାଠାଓ୍ଵାଡ଼ା, ବିଦର୍ଭ, ଛତିଶଗଡ଼ ଅଞ୍ଚଳର ଅଳ୍ପ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି।

ମତାମତ ଦିଅନ୍ତୁ ।