ବାଲେଶ୍ଵରରେ ନକଲି ମୋବିଲ କାରଖାନା ଠାବ, ୨ ଗିରଫ

ଭୁବନେଶ୍ଵର : ସହଦେବଖୁଣ୍ଟା ଆଦର୍ଶ ଥାନା ଅନ୍ତର୍ଗତ ଆରଡ ବଜାରରୁ ଶୁକ୍ରବାର ଏକ ନକଲି ମୋବିଲ କାରଖାନା ଠାବ ହୋଇଛି। ବିଭିନ୍ନ ନାମିଦାମୀ ବ୍ରାଣ୍ଡର ଡବାରେ ନକଲି ମୋବିଲ ପ୍ୟାକିଙ୍ଗ ଥିବା ୧୨୦୦ ଲିଟର ମୋବିଲକୁ ପୋଲିସ ଜବତ କରିଛି।

ସୂଚନାଯୋଗ୍ୟ, ଅରଡ଼ବଜାରରେ ଏକ ଭଡ଼ାଘରେ ୨୦ ବର୍ଷରୁ ଅଧିକ ସମୟ ଧରି ପୋଡ଼ା ମୋବିଲରେ କେମିକାଲ ମିଶାଇ ବିଭିନ୍ନ ବ୍ରାଣ୍ଡର ନାଁ ଥିବା କ୍ୟାନରେ ବିକ୍ରି କରାଯାଉଥିଲା । ଏପରିକି Gulf ନାଁରେ ନକଲି ମୋବିଲ୍‌ ତିଆରି କରାଯାଇ ବିକ୍ରି କରାଯାଉଥିବା କମ୍ପାନୀ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ । କମ୍ପାନୀ ପକ୍ଷରୁ ଏନେଇ ସହଦେବଖୁଣ୍ଟା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ଆଜି ପୋଲିସ ଓ Gulf ମୋବିଲ କମ୍ପାନୀର ତଦନ୍ତକାରୀ ଟିମ ମିଳିତ ଭାବେ ଉକ୍ତ କାରଖାନା ଉପରେ ଚଢ଼ଉ କରି Castrol ଓ Gulf ଭଳି ବିଭିନ୍ନ ବ୍ରାଣ୍ଡର ଖାଲି ଡବା, ରଙ୍ଗ, ଠିପି, ଷ୍ଟିକର ଓ ସିଲ୍‌ ଆଦି ଜବତ କରିଛି । ଏହି ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସାହିଲ ଓରଫ ୟୁସୁଫ ଖାଁ ଓ ରାଜୁ ଓରଫ ଇର୍ଷାଦ ଖାଁ।

ମତାମତ ଦିଅନ୍ତୁ ।