ବାଲେଶ୍ଵର: ତିନି ମହଲାରେ ବିସ୍ଫୋରଣ

ଭୁବନେଶ୍ଵର : ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଚ୍ୟୁତପୁର ଗାଁର କାଳିଚରଣ ମହାପାତ୍ରଙ୍କ ତିନି ମହଲା କୋଠାରେ ଆଜି ସକାଳେ ବିସ୍ଫୋରଣ ଘଟିଛି। ଉପର ମହଲାରେ ଶ୍ରୀଧର ମହାନ୍ତି ନାମକ ଜଣେ ମାର୍ବଲ ମିସ୍ତ୍ରୀ ରହୁଥିଲେ। ବିସ୍ଫୋରଣ ପରେ ତାଙ୍କର ପତ୍ତା ମିଳୁନଥିବା କୁହାଯାଉଛି। ଏହି ଅଘଟଣ ଘଟିବାରୁ ସେ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି। ବିସ୍ଫୋରଣର ପ୍ରକୃତ କାରଣ ଜଣାପଡିନଥିଲେ ହେଁ ବାଣ ଭିଡୁଥିବା ବେଳେ ଏପରି ଘଟିଥିବା ଅନୁମାନ କରାଯାଉଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ମତାମତ ଦିଅନ୍ତୁ ।