ବାଲେଶ୍ଵର: ସ୍ଥାନୀୟ ଯୁବକଙ୍କ ଦ୍ଵାରା ୨ଟି ଗୋରୁ ବୋଝେଇ ଗାଡ଼ି ଅଟକ

ଭୁବନେଶ୍ଵର : ବାଲେଶ୍ୱର ଜିଲ୍ଲା ସେରଗଡ଼ଠାରେ ଦୁଇଟି ଗୋରୁ ବୋଝେଇ କଣ୍ଟେନରକୁ ସ୍ଥାନୀୟ ଯୁବକ ଅଟକାଇଛନ୍ତି। ଆଜି ସକାଳେ ଏ ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିବା ବେଳେ ଲୋକମାନେ ବନ୍ଧାଯାଇଥିବା ୩୦୦ରୁ ଅଧିକ ଗୋରୁକୁ ଖୋଲି ଦେଇଥିଲେ। ଫଳରେ କିଛି ସମୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏହି ଘଟଣାରେ ୮ ଜଣଙ୍କୁ ଅଟକ ରଖାଯାଇଛି।

ଏ ସମ୍ପର୍କରେ ଖବରପାଇ ସେରଗଡ଼ ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ଗୋସ୍ୱାମୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ଗାଡ଼ି ଚଳାଚଳ ସ୍ଵାଭାବିକ କରିଥିଲେ। କଣ୍ଟେନର ଡ୍ରାଇଭର ଫେରାର ହୋଇଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧାରୁ ପଶ୍ଚିମବଙ୍ଗକୁ ୭ଟି କଣ୍ଟେନର ଆଗ ପଛ ହୋଇ ଯାଉଥିବା ବେଳେ ଭୋର ସାଢ଼େ ୫ଟା ବେଳେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ସନ୍ଦେହରେ ଗାଡିକୁ ଅଟକାଇ ଥିଲେ। ୩ଟି କଣ୍ଟେନର ଦ୍ରୁତ ଗତିରେ ପଳାଇ ଯାଇଥିଲା ବେଳେ ଦୁଇଟି ଅଟକି ଥିଲେ।

ମତାମତ ଦିଅନ୍ତୁ ।