ବାହାଘର ଦିନ କନ୍ୟାକୁ ପ୍ରେମିକ ନେଇଗଲା, ବର ଶିଶୁପାଳ

ପଟ୍ଟାମୁଣ୍ଡାଇ : ବାହାଘର ଦିନ କନ୍ୟାକୁ ପ୍ରେମିକ ଉଠାଇ ନେବା ପରେ ବର ଶିଶୁପାଳ ହୋଇ ଫେରିଛି । ଏହି ଘଟଣା ଏବେ ମହାକାଳପଡା ଅଂଚଳରେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି । 

ଘଟଣାଟି ଘଟିଛି କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଥାନା ଅନ୍ତର୍ଗତ କଳପଡା ଗାଁରେ । ସେହି ଗ୍ରାମର ଫକିର ବାରିକଙ୍କ ଝିଅ ଗିତାଞଳିର ବାହାଘର ରଘୁଦେଇପୁର ଗାଁରେ ସ୍ଥିର ହୋଇଥିଲା। ବନ୍ଧୁ, ବାନ୍ଧବ ଓ ଆତ୍ମିୟସ୍ଵଜନ ବିବାହ ବିବାହ ଉତ୍ସବରେ ଲାଗି ପଡିଥିଲେ। ବର ଆସିବକ୍ର ଥିଲା ଅପେକ୍ଷା। ସଂନ୍ଧ୍ୟା ନହେଉଣୁ ହୁରି ପଡିଲା ଝିଅ ନହିଁ, କୁଆଡେ ଚାଲିଯାଇଛି। ଖୋଜା ଖୋଜି ଚାଲିଲା କିନ୍ତୁ କେହି ପତ୍ତା ପାଇଲେନି। ଶେଷରେ ବର ଶିଶୁପାଳ ହୋଇ ଫେରିଲା। କନ୍ୟାର ନିଖୋଜ ନେଇ ଭାଇ ଅଭିମନ୍ୟୁ ବାରିକ ମହାକାଳପଡା ଥାନାରେ ଲିଖିତ ଅଭିଯୋଗ କଲେ । ପରେ ଜଣାପଡିଲା ଝିଅକୁ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ସଂକୁରୁପା ଗାଁର ମଳୟ ଦାସ ଉଠାଇ ନେଇଛି।

କଥା ଏତିକିରେ ସାରିଲାନି ମଙ୍ଗଳବାର ରାତିରେ ପ୍ରେମିକ ମଳୟ ଓ ତାର ଜଣେ ସହେଯାଗୀ ରାଜକିଶୋର ବାରିକ ଝିଅର ବାପଘର କଳପଡାକୁ ରାତିରେ ଆସି କବାଟ ବାଡେଇ ଭାଇ ଅଭିମନ୍ୟୁକୁ ଡାକିଲେ। କାହିଁକି ଥାନାରେ କେଶ କଲୁ ବୋଲି କହି ଧମକ ଦେବାରୁ ଅଭିମନ୍ୟୁ ଗ୍ରାମବାସୀଙ୍କୁ ଡାକିଥିଲେ। ଗ୍ରାମବାସୀଙ୍କ ଦ୍ଵାରା ଧରାପଡିଲା ରାଜକିଶୋର। ମଳୟ ଖସିଗଲା। ଲୋକେ ତାକୁ ଉତ୍ତମ ମଧ୍ୟମ ଦେଇ ରାତିସାରା ଖୁଂଟରେ ବାନ୍ଧି ରଖିଲେ। ଖବର ପାଇ ମହାକାଳପଡା ପୋଲିସ ରାଜକିଶୋରକୁ ଉଦ୍ଧାର କରି ହେପାପାଜତକୁ ନେଇଥିବା ବେଳେ ମଳୟକୁ ଖୋଜୁଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।