ବାୟୁସେନାରେ ସାମିଲ ହେଲା ଶକ୍ତିଶାଳୀ ଆପାଚେ ହେଲିକପ୍ଟର

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଆଜି ସାମିଲ ହୋଇଛି ବିଶ୍ଵର ସବୁଠାରୁ ଶକ୍ତିଶାଳୀ ଆପାଚେ ଏଏଚ-୬୪ଇ ହେଲିକପ୍ଟର। ଏୟାର ଚିଫ ମାର୍ଶଲ ବି.ଏସ. ଧନୋଆ ପଠାନକୋଟ୍ ବାୟୁସେନା ଘାଟିରେ ଏହାକୁ ସାମିଲ କରିଛନ୍ତି।

ଆପାଚେ ଏଏଚ-୬୪ଇ ଦୁନିଆର ସବୁଠୁ ଲଢୁଆ ହେଲିକପ୍ଟର। ଆମେରିକା ସେନା ଏବେ କରୁଛି ଏହାର ବ୍ୟବହାର। ଏହି ହେଲିକପ୍ଟରରେ ଦୁଇଟି ଟର୍ବୋସଫ୍ଟ ଇଞ୍ଜିନ ଓ ଚାରୋଟି ବ୍ଲେଡ୍ ରହିଛି। ଘଣ୍ଟା ପ୍ରତି ୨୯୩ କିମି ବେଗରେ ଉଡ଼ାଣ ଭରିପାରେ। ହେଲିକପ୍ଟର ଆଗରେ ଲାଗିଥିବା ସେନସର ସାହାଯ୍ୟରେ ରାତିରେ ବି ଉଡିପାରେ। ଆକାଶପଥରୁ ଆଖି ପିଛୁଳାକେ ଟାର୍ଗେଟକୁ ଧ୍ୱଂସ କରିପାରୁଥିବା ଏହି ହେଲିକପ୍ଟର ଶତ୍ରୁ ଶିବିରରେ ଭୟ ସୃଷ୍ଟି କରିବାକୁ ଯଥେଷ୍ଟ। ଟ୍ୟାଙ୍କ୍ ଓ ଗାଡିକୁ ଧ୍ୱଂସ କରିବାରେ ମାହିର।

ଏହି ହେଲିକପ୍ଟରରେ ୩୦ ଏମଏମ ମେଶିନଗନ ସଂଯୁକ୍ତ ରହିଛି। ଯେଉଁଥିରୁ ଗୋଟିଏ ଥରରେ ୧୨୦୦ ରାଉଣ୍ଡ ପର୍ଯ୍ୟନ୍ତ ଗୁଳି ଚଳାଇ ଯାଇପାରିବ। ଏହାଛଡା ଆଣ୍ଟି ଟ୍ୟାଙ୍କ୍ ହେଲଫାୟାର ମିସାଇଲ ରହିଛି ଯାହା ଶତ୍ରୁ ପକ୍ଷର ଟ୍ୟାଙ୍କକୁ ଥରକେ ନଷ୍ଟ କରିବାକୁ ସକ୍ଷମ। ଏଥିରେ ହାଇଡ୍ରା ଅନଗାଇଡେଡ ରହିଛି ରକେଟ। ଯାହା ସ୍ଥଳଭାଗରେ ଥିବା ଟାର୍ଗେଟକୁ ସହଜରେ ଧ୍ୱଂସ କରିଦିଏ।

ମତାମତ ଦିଅନ୍ତୁ ।