Breaking Newsରାଜ୍ୟ
ବିଏମ୍ସିର ୩ କର୍ମଚାରୀ କରୋନା ପଜିଟିଭ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ୩ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଦୁଇଜଣ ଇଞ୍ଜିନିୟର ଓ ଜଣେ ଡ୍ରାଇଭର ଅଛନ୍ତି। ଏହି ସୂଚନା ଦେଇଛନ୍ତି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ୩ ଜଣ ଆକ୍ରାନ୍ତ ଚିହ୍ନଟ ପରେ ବିଏମ୍ସିର ଇଞ୍ଜିନିୟରିଂ ବିଭାଗ ସିଲ୍ କରାଯାଇଥିବା ବେଳେ ବିଭାଗର ସମସ୍ତ କର୍ମଚାରୀଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।