ବିଏସଏନଏଲ ୪ଜି ସେବା ପ୍ରସ୍ତାବକୁ ମଞ୍ଜୁରୀ

ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ଟେଲିକମ ସେବା ଯୋଗାଣକାରୀ କମ୍ପାନି ବିଏସଏନଏଲ ଓ ଏମଟିଏନଏଲର ପୁନରୁଦ୍ଧାର ଯୋଜନାକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ମଞ୍ଜୁରୀ ଦିଆଯାଇଛି। ଏହି ଯୋଜନା ମାଧ୍ୟମରେ ବିଏସଏନଏଲକୁ ୪ଜି ସ୍ପେକ୍ଟ୍ରମ ପ୍ରଦାନ କରାଯିବ।

ଗତ ଲୋକସଭା ଅଧିବେଶନ ସମୟରେ କେନ୍ଦ୍ର ଟେଲିକମ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ ୪ଜି ସେବା ନଥିବାରୁ ବିଏସଏଲଏଲ ଘରୋଇ କମ୍ପାନିମାନଙ୍କ ସହ ପ୍ରତିଯୋଗିତାରେ ତିଷ୍ଠି ପାରୁନାହିଁ। ଏହାଛଡା ଉଚ୍ଚ କର୍ମଚାରୀ ଖର୍ଚ୍ଚ ଓ ଟେଲିକମ ବଜାରରେ ତଣ୍ଟିକଟା ପ୍ରତିଯୋଗିତା ଯୋଗୁଁ ମଧ୍ୟ ବିଏସଏନଏଲ ପଛେଇଯାଉଛି। ବିଏସଏନଏଲ ଓ ଏମଟିଏନଏଲର କିପରି ସୁଧାର ହୋଇପାରିବ ସେ ସଂପର୍କରେ ରିପୋର୍ଟ ପ୍ରସ୍ତୁତି ପାଇଁ ଆଇଆଇଏମ ଅହମଦାବାଦ ଓ ଡେଲଏଟକୁ ସରକାର ଦାୟିତ୍ୱ ଦେଇଥିଲେ।

ମତାମତ ଦିଅନ୍ତୁ ।