ବିଏସ୍‌ଏନ୍‌ଏଲର ୧୮୬ ଓ ୧୮୭ ପ୍ରିପେଡ ପ୍ଲାନ୍‌ରେ ପରିବର୍ତ୍ତନ, ଏଣିକି ପ୍ରତିଦିନ ୩ଜିବି ଡାଟା ମିଳିବ

ନୂଆସିଲ୍ଲୀ : ନୂଆ ଗ୍ରାହକଙ୍କୁ କମ୍ପାନୀ ସହ ଯୋଡ଼ିବାକୁ ବିଏସ୍‌ଏନ୍‌ଏଲ ନିଜର କିଛି ପ୍ରିପେଡ ପ୍ଲାନ୍ସରେ ପରିବର୍ତ୍ତନ ଆଣିଛି।

ବିଏସ୍‌ଏନ୍‌ଏଲ ପ୍ରିପେଡ୍‌ ପ୍ଲାନ୍‌ ୧୮୬କୁ ହଟାଇ ଦେଇଥିଲା। ଏବେ ପୁଣି ଥରେ ସେହି ପ୍ଲାନ୍‌ ରେ କିଛି ପରିବର୍ତ୍ତନ ଆଣିବାକୁ ଯାଉଛି। ପ୍ରଥମେ ୧୮୬ ପ୍ରିପେଡ୍‌ ପ୍ଲାନ୍‌ରେ ବ୍ୟବହାରକାରୀଙ୍କୁ ଦିନକ ପାଇଁ ୨ଜିବି ଡାଟା ଦିଆଯାଉଥିଲା। କିନ୍ତୁ ଏବେ ମିଳିବ ୩ଜିବି ଡାଟା। ଏହି ଡାଟା ସରିବା ପରେ ସ୍ପିଡ୍‌ ୪୦କେବିପିଏସ୍‌ ହୋଇଯିବ। ଏହାର ସମୟ ଅବଧି ରହିବ ୨୮ଦିନ।

ସେହିପରି ୧୮୭ ପ୍ରିପେଡ୍‌ ପ୍ଲାନ୍‌ରେ ପୂର୍ବରୁ ୨ଜିବି ଡାଟା ମିଳୁଥିବା ବେଳେ ଏବେ ୩ଜିବି ଡାଟା ଦିଆଯିବ। ଏଥିରେ ମଧ୍ୟ ୩ଜିବି ଡାଟା ସରିବା ପରେ ସ୍ପିଡ୍‌ ରହିବ ୪୦କେବିପିଏସ୍‌। ଏହି ପ୍ଲାନରେ ଅବଧି ୨୮ଦିନ ରହିଥିବା ଜଣା ପଡ଼ିଛି।

ମତାମତ ଦିଅନ୍ତୁ ।