ବିକିନି ଫଟୋ ସେୟାର କଲେ ସୋନାଲି

ମୁମ୍ବାଇ: ନବେ ଦଶକରେ ବଲିଉଡ ଇଣ୍ଡଷ୍ଟ୍ରୀର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ସୋନାଲି ବେନ୍ଦ୍ରେ ଅନ୍ୟତମ। ଷ୍ଟାଇଲିସ୍ ଓ ଡ୍ୟାସିଂ ଲୁକ୍ସରେ ନିଜ ଫ୍ୟାନ୍ସଙ୍କ ହୃଦୟରେ ସେ ରାଜ୍ କରୁଛନ୍ତି ଏବଂ ସୋସିଆଲ ମିଡିଆରେ ତାଙ୍କର ଅନେକ ଫଲୋଅର୍ସ ଅଛନ୍ତି । ସୋନାଲି ଅନେକ ଦିନ ହେଲା ଫିଲ୍ମ ଦୁନିଆରୁ ଦୂରରେ ଅଛନ୍ତି । ଏହା ପରେ ମଧ୍ୟ ସେ ବଲିଉଡ ଇଣ୍ଡଷ୍ଟ୍ରୀର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଭାବେ ଜଣାଯାଆନ୍ତି । ସୋନାଲି ସୋସିଆଲ ମିଡିଆରେ ପ୍ରାୟ ଆକ୍ଟିଭ୍ ରୁହନ୍ତି ଏବଂ ନିଜ ଫଟୋ ଓ ଭିଡିଓ ପୋଷ୍ଟ କରନ୍ତି । 

ସୋନାଲି ନିକଟରେ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲେ ଥ୍ରୋବ୍ୟାକ୍ ଫଟୋଜ୍ ପୋଷ୍ଟ କରିଛନ୍ତି । ଏହି ଫଟୋଜରେ ସୋନାଲି ବିକିନି ଲୁକରେ ନଜର ଆସୁଛନ୍ତି ଯାହାକି ବହୁତ ଷ୍ଟନିଂ ଲାଗୁଛି । ପ୍ରଥମ ଫଟୋରେ ସୋନାଲି ବିକିନିରେ ଫଟୋସୁଟ୍ କରୁଥିବା ନଜର ଆସୁଛନ୍ତି । ଅନ୍ୟ ଫଟୋରେ ସେ ସମୁଦ୍ରକୂଳରେ ଦୌଡୁଥିବା ନଜର ଆସୁଛନ୍ତି । ସୋନାଲି ପୁରୁଣା ଦିନକୁ ମନେ ପକାଇ କ୍ୟାପ୍ସନ ଲେଖିଛନ୍ତି ଯେ ‘ଏହା କେବଳ ଥ୍ରୋବ୍ୟାକ୍ ଫଟୋ ନୁହେଁ… ସୂର୍ଯ୍ୟ, ସମୁଦ୍ର, ବାଲିକୁ ମନେ ପକାଇ… ଏବଂ ନିଶ୍ଚିତ ଭାବେ ସେହି ଆବ୍ସ ଓ କେଶକୁ ମଧ୍ୟ !’ ସୋନାଲିର ଫ୍ୟାନ୍ସ ତାଙ୍କର ଏହି ଲୁକକୁ ଦେଖିବା ପରେ ଆକ୍ଟ୍ରେସଙ୍କ ପ୍ରଶଂସା କରିଛନ୍ତି ଏବଂ ଏହା ସହିତ ଅନେକ କମେଣ୍ଟ ମଧ୍ୟ କରିଛନ୍ତି । 

ସୋନାଲି ୨୦୧୮ରେ ନ୍ୟୁୟର୍କରେ କ୍ୟାନ୍ସରର ଚିକିତ୍ସା କରି ପୁଣି ଇଣ୍ଡିଆ ଫେରିଥିଲେ । ଏହା ମଧ୍ୟରେ ସୋନାଲିଙ୍କ ଫ୍ୟାନ୍ସ ଦିନ-ରାତି ସେ ସୁସ୍ଥ ହେବା ପାଇଁ କାମନା କରୁଥିଲେ । ସୋନାଲି ଶେଷ ଥର ପାଇଁ ଅକ୍ଷୟ କୁମାରଙ୍କ ଫିଲ୍ମ ‘ୱନ୍ସ ଓପନ ଏ ଟାଇମ୍ ଇନ୍ ମୁମ୍ବାଇ ଦୋବାରା’ରେ ନଜର ଆସିଥିଲେ ।

ମତାମତ ଦିଅନ୍ତୁ ।