ବିକ୍ରମ ସହ ଯୋଗାଯୋଗ ପାଇଁ ଇସ୍ରୋ ଆଶାବାଦୀ

ନୂଆଦିଲ୍ଲୀ: ଲାଣ୍ଡର ବିକ୍ରମର ସନ୍ଧାନ ମିଳିବା ଇସ୍ରୋ ପରେ ଯୋଗାଯୋଗ ପାଇଁ ଆଶାବାଦୀ ହୋଇଛି। କିନ୍ତୁ ପ୍ରଶ୍ନ ଉଠିଛି ଲାଣ୍ଡର ବିକ୍ରମ ଧୀର ଅବତରଣ କରି ସୁରକ୍ଷିତ ରହିଛି ନା ନାହିଁ। ଯଦି ସୁରକ୍ଷିତ ଥାଇ କେବଳ ଯୋଗାଯୋଗ ବିଚ୍ଛିନ୍ନ ହୋଇଥାଏ ତାହେଲେ ଯୋଗାଯୋଗ ପୁନଃସ୍ଥାପନର ସମ୍ଭାବନା ରହିଛି ।

ଶେଷ ମୁହୂର୍ତ୍ତରେ ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଇସ୍ରୋର ବୈଜ୍ଞାନିକମାନେ ମଦ୍ରିଦ ସ୍ଥିତ ନାସା ଡିପ୍ ସ୍ପେସ୍ ସେଂଟର ଓ ମରିସସ୍ ସ୍ଥିତ ଭାରତୀୟ ଷ୍ଟେସନରେ ବିକ୍ରମର ଲିଙ୍କ୍ ଖୋଜିଥିଲେ। ହେଲେ ସେଠାରେ ମଧ୍ୟ ସେହି ସମାନ ସମୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। କାହିଁକି ଏହି ଘଟଣା ଘଟିଛି ତାହାର ଅନୁଧ୍ୟାନ କରାଯାଉଛି। ପ୍ରାଥମିକ ସ୍ତରରେ ଜଣାପଡୁଛି ଲାଣ୍ଡର ବିକ୍ରମର ଗତିକୁ କମ୍ କରିବା ପାଇଁ ହୋଇଥିବା ବ୍ୟବସ୍ଥାରେ କୌଣସି ତ୍ରୁଟି ଦେଖା ଦେଇ ଥାଇପାରେ। ଇସ୍ରୋର ଜଣେ ବରିଷ୍ଠ ବୈଜ୍ଞାନିକ କହିଛନ୍ତି ତାଙ୍କ ପାଖରେ ସତ ଜାଣିବା ପାଇଁ ଯଥେଷ୍ଟ ତଥ୍ୟ ରହିଛି। ବିଫଳତା ଅନୁଧ୍ୟାନ କମିଟି ଏସବୁ ତଥ୍ୟକୁ ପରୀକ୍ଷାନିରୀକ୍ଷା କରୁଛି।

ସୂଚନାଯୋଗ୍ୟ ଯେ, ଗତ ଶନିବାର ରାତି ୧.୩୦ରୁ ୨.୩୦ ମିନିଟ୍‌ ମଧ୍ୟରେ ଚନ୍ଦ୍ରପୃଷ୍ଠର ଦକ୍ଷିଣମେରୁରେ ସୂକ୍ଷ୍ମ ଅବତରଣ ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ‘ଲ୍ୟାଣ୍ଡର ବିକ୍ରମ’ ସହ ଇସ୍ରୋର ଯୋଗାଯୋଗ ବିଛିନ୍ନ ହୋଇଥିଲା।

ମତାମତ ଦିଅନ୍ତୁ ।