ବିଜେଡିରେ ମିଶିଲେ ବିଜେପି ଓ କଂଗ୍ରେସର କର୍ମୀ-ନେତା

ନୟାଗଡ : ନୟାଗଡ ନିର୍ବ।ଚନ ମଣ୍ଡଳୀ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଆଜି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଉପସ୍ଥିତିରେ ଶତାଧିକ ବିଜେପି ଓ କଂଗ୍ରେସ ନେତା ଆଜି ବିଜେଡିରେ ସାମିଲ ହୋଇଛନ୍ତି।

ଖବର ଅନୁଯାୟୀ ଇଟାମାଟି ପଞ୍ଚୟାତର ଦୁଇ ଦଳର ବହୁ ପୁରୁଖା ନେତା ଓ ସେମାନଙ୍କର ସମର୍ଥକମାନେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଵଚ୍ଛ ଶାସନ ଓ ବିକାଶମୁଳକ କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ନିଜ ଦଳ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଥିବା ସେମାନେ କହିଛନ୍ତି।

ଦଳ ଛାଡିଥିବା କଂଗ୍ରେସର ପୁରୁଖା ନେତା କହିଛନ୍ତି ଦଳ ନେତୃତ୍ୱ ବିହୀନ ଓ ଦିଶାହୀନ ହୋଇଯାଇଥିବାରୁ ସେମାନଙ୍କ ଆସ୍ଥା ତୁଟି ଯିବାରୁ ବିଜେଡିରେ ମିଶିଲେ। ଅନ୍ୟପକ୍ଷରେ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ବିଜୁ ଜନତା ଦଳ ଆଦର୍ଶରେ ଅନୁପ୍ରାଣୀତ ହୋଇ ଯେଉଁମାନେ ବିଜେଡିରେ ମିଶିବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ସ୍ୱାଗତ କରାଯିବ। ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ମିଶିବା ପରେ ଦଳ ଆହୁରି ସୁଦୃଢ ହେବ।

Leave a Reply

Your email address will not be published. Required fields are marked *

Back to top button