ବିଜେଡି ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କଲେ ନବୀନ

ଭୁବନେଶ୍ଵର : ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଅକ୍ଟୋବର ୧୧ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀପର୍ଯ୍ୟନ୍ତ ଚାଲିବ। ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଲୋକଙ୍କ ସମସ୍ୟା ବୁଝିବାକୁ ସେ ଦଳୀୟ ନେତାମାନଙ୍କୁ ସେ ଆହ୍ୱାନ ଜଣାଇଛନ୍ତି।

ବୁଧବାର ଗାନ୍ଧି ଜୟନ୍ତୀ ଅବସରରେ ବିଜେଡି ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରି ବିଜେଡି ସୁପ୍ରିମୋ ଦଳୀୟ କର୍ମୀ ଓ ନେତାମାନଙ୍କୁ ଲୋକଙ୍କ ସମସ୍ୟା ବୁଝିବାକୁ ପରାମର୍ଶ ଦେଇଛନ୍ତି। ଲୋକଙ୍କ ପାଖରେ ସରକାରଙ୍କ ଭଲ କାମ ପହଞ୍ଚାଇବାକୁ ଦେଇଛନ୍ତି ନିର୍ଦ୍ଦେଶ। ସେ କହିଛନ୍ତି ଦଳର ସବୁ କାର୍ଯ୍ୟକ୍ରମ ଭିତରୁ ସମାଜସେବା ତାଙ୍କର ପ୍ରିୟ କାର୍ଯ୍ୟକ୍ରମ | ଜୀବନବିନ୍ଦୁ କାର୍ଯ୍ୟକ୍ରମ ସଫଳ ହୋଇଥିବା ବେଳେ ବିଜେଡି ଉପରେ ଲୋକଙ୍କର ଭରସା ରହିଛି। ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ୩ ଲକ୍ଷ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ଏହି ରକ୍ତ ଦ୍ଵାରା ଲୋକଙ୍କ ଜୀବନ ବଞ୍ଚାଇ ହୋଇଛି। ପୁଣି ଥରେ ଲୋକଙ୍କ ସେବା କରିବାକୁ ମିଳିଛି ସୁଯୋଗ। ସେଥିପାଇଁ ଲୋକଙ୍କ ପାଖରେ ଋଣୀ ବୋଲି ନବୀନ କହିଛନ୍ତି।

ମତାମତ ଦିଅନ୍ତୁ ।