ବିଜେଡି ପଦଯାତ୍ରା: ଲୋକଙ୍କ ସେବା କରିବାକୁ ନବୀନଙ୍କ ଆହ୍ଵାନ

ଭୁବନେଶ୍ୱର: ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ୩୪ ନମ୍ବର ୱାର୍ଡରେ ଆଜି ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରାର ଆୟୋଜନ କରାଯାଥିଲା। ଏଥିରେ ଭାଗନେଇ ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକମାନଙ୍କ ସେବା କରିବା ପାଇଁ ଆହ୍ଵାନ ଦେଇଛନ୍ତି।

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ୧୫୦ତମ ଜୟନ୍ତୀ ଅବସରରେ ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ବିଜେଡି ଜନସଂପର୍କ ପଦଯାତ୍ରା ଆସନ୍ତା କାଲି (ଅକ୍ଟୋବର ୩୧) ଶେଷ ହେବ। ଏହି ଅବସରରେ ବୁଧବାର ସତ୍ୟନଗର ତୋଷାଳୀ ପ୍ଲାଜା ପଡିଆରେ ଆୟୋଜିତ ଜନସଂପର୍କ ପଦଯାତ୍ରାରେ ମୁଖ୍ୟମନ୍ତ୍ରୀ ଲୋକମାନଙ୍କ ସେବା କରିବା ପାଇଁ ଆହ୍ଵାନ ଦେବା ସହିତ ମହାତ୍ମା ଗାନ୍ଧୀ ଓ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ। ବିଜୁ ବାବୁ କିପରି ଗରିବମାନଙ୍କୁ ଭଲ ପାଉଥିଲେ ସେ କଥା ଉପସ୍ଥିତ ନେତା ଓ କର୍ମୀମାନଙ୍କୁ କହିଥିଲେ। ଏହି ପଦଯାତ୍ରାରେ ବିଜେଡି କର୍ମୀ, ନେତା, ବିଧାୟକ, ପୂର୍ବତନ କର୍ପୋରେଟରେ ସାମିଲ ହୋଇଥିଲେ।

ମତାମତ ଦିଅନ୍ତୁ ।