ବିଜେପିରେ କାହାକୁ ଅଣଦେଖା କରାଯାଏନି- ବସନ୍ତ ପଣ୍ଡା

ଭୁବନେଶ୍ଵର : ବିଜେପିରୁ ଡାକ୍ତର ଦାମୋଦର ରାଉତ ଇସ୍ତଫା ଦେବା ପରେ ପ୍ରତିକ୍ରିୟା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ତଥା ଲୋକସଭା ସାଂସଦ ବସନ୍ତ ପଣ୍ଡା। ସେ କହିଛନ୍ତି ଯେ ବିଜେପିରେ ସମସ୍ତେ ସମାନ, କାହାକୁ ଅଣଦେଖା କରାଯାଏନି। ଏହି ଦଳରେ ସମସ୍ତେ ନେତା ଆଉ କାର୍ଯ୍ୟକର୍ତ୍ତା। ଏପରିକି ପ୍ରଧାନମନ୍ତ୍ରୀ ମଧ୍ୟ ନିଜେ ନେତା ଓ କାର୍ଯ୍ୟକର୍ତ୍ତା ବୋଲି ସେ କହିଛନ୍ତି। ବିଜେପି ରାଜ୍ୟ ସଭାପତି ତଥା ଲୋକସଭା ସାଂସଦ ବସନ୍ତ ପଣ୍ଡା। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପିରେ ସମବେତ ବିଚାରରେ ନିଷ୍ପତ୍ତି ହୁଏ ।

ମତାମତ ଦିଅନ୍ତୁ ।