ବିଜେପିରେ ଯୋଗଦେବେ ୩୦୦ ଅଟୋଚାଳକ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ନୂଆ ସଦସ୍ୟ ଅଭିଯାନକୁ ଅଧିକ ସକ୍ରିୟ କରିଛି। ସେଠାରେ ଥିବା ଅଟୋ ଚାଳକମାନଙ୍କୁ ସଦସ୍ୟ କରିବା ପ୍ରୟାସରେ ଦଳ ଏକ ପ୍ରକାର ସଫଳ ହୋଇଥିବା ବେଳେ ଆଜି ଦିଲ୍ଲୀରେ ଶତାଧିକ ଅଟୋ ଚାଳକ ବିଜେପିରେ ଯୋଗଦେବେ ବୋଲି ଦିଲ୍ଲୀ ବିଜେପିର ପୂର୍ବତନ ଅଧ୍ୟକ୍ଷ ବିଜୟ ଗୋଏଲ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୩୦୦ରୁ ଅଧିକ ଅଟୋଚାଳକ ଆଜି ସେମାନଙ୍କ ବାସଭବନରେ ବିଜେପିର ସଦସ୍ୟତା ଗ୍ରହଣ କରିବେ । ଏହାସହ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ ଶୁଣିବେ।

ମତାମତ ଦିଅନ୍ତୁ ।