ବିଜେପି ବିଧାୟକ କ୍ଷମା ମାଗନ୍ତୁ: କଂଗ୍ରେସ

ଭୁବନେଶ୍ୱର: ବିଜେପି ବିଧାୟକ ଦଳର ଉପନେତା ବିଷ୍ଣୁ ସେଠୀ ମୁସଲିମ ମହିଳାମାନଙ୍କ ସମ୍ପର୍କରେ ବିଧାନସଭାରେ ଦେଇଥିବା ଅଶାଳୀନ ମନ୍ତବ୍ୟ ପାଇଁ ତୁରନ୍ତ କ୍ଷମା ମାଗନ୍ତୁ। ନଚେତ୍ କଂଗ୍ରେସ ଧାରଣାରେ ବସିବ ବୋଲି ଚେତାବନୀ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସମଗ୍ର ଦେଶର ମୁସଲିମ୍ ମହିଳାମାନଙ୍କ ପ୍ରତି ଶ୍ରୀ ସେଠୀ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଅଶାଳୀନ, ଅରୁଚିକର ଓ ନିନ୍ଦନୀୟ। ତେଣୁ ସେ ତୁରନ୍ତ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ଉଚିତ। ଏହାଛଡା ସେ କହିଛନ୍ତି ବିଜେପି ଓ ତାଙ୍କ ନେତାମାନଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁୁ, ଯାହାଫଳରେ ଭାରତୀୟ ସଂସ୍କୃତିରେ ନାରୀମାନଙ୍କର ସମ୍ମାନ ଓ ଗରିମା ଭୁଲୁଣ୍ଠିତ ହେବ ନାହିଁ।

ମତାମତ ଦିଅନ୍ତୁ ।