ବିଜେପି ମହିଳା ମୋର୍ଚ୍ଚା ୫ରେ ରାସ୍ତାକୁ ଓହ୍ଲାଇବ

ଭୁବନେଶ୍ୱର : ଯାଜପୁର ହରିଦାସପୁର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ବିଜେପି ମହିଳା ମୋର୍ଚ୍ଚା ଆସନ୍ତା ଆସନ୍ତା ୫ ତାରିଖରେ ରାଜରାସ୍ଥାକୁ ଓହ୍ଲାଇବ। କର୍ମଜୀବୀ ମହିଳାଙ୍କ ଉପରେ ନିର୍ଯାତନା ପ୍ରସଙ୍ଗରେ କରିବ ରାଜ୍ୟବ୍ୟାପୀ ବିକ୍ଷୋଭ।

ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବିଜପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ କର୍ମଜୀବୀ ମହିଳାଙ୍କ ଉପରେ ନିର୍ଯାତନା ବଢୁଥିବାରୁ ୫ ତାରିଖ ଦିନ ମହିଳା ମୋର୍ଚ୍ଚା ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ କରିବ। ସେ କହିଲେ ସ୍ମିତାରାଣୀଙ୍କ ମୃତ୍ୟୁ ଦୁଇ ସପ୍ତାହରୁ ଅଧିକ ଦିନ ହୋଇଥିଲେ ମଧ୍ୟ ପ୍ରକୃତ ତଥ୍ୟ ସାମନାକୁ ଆସିନାହିଁ। ଅଭିଯୁକ୍ତକୁ ପୋଲିସ ଘଣ୍ଟ ଘୋଡ଼ାଉଛି। ଯାଜପୁର ଏସପି ସ୍ମିତାରାଣୀଙ୍କ ଚରିତ୍ରକୁ ନେଇ ତଥ୍ୟ ଦେଇଥିବାରୁ ତାଙ୍କ ବିରେଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି।

ମତାମତ ଦିଅନ୍ତୁ ।