ବିଜେପୁର ଉପନିର୍ବାଚନ ପାଇଁ ଚାଲିଛି ମତଦାନ

ଭୁବନେଶ୍ଵର : ବିଜେପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ଏହା ପୂର୍ବରୁ ଭୋଟ ଗ୍ରହଣ କେନ୍ଦ୍ର ଗୁଡ଼ିକରେ ମକ୍‌ ପୋଲ କରଯାଇଥିଲା। ଏହି ପ୍ରକ୍ରିୟା ସମ୍ପାଦନ ପରେ ଆରମ୍ଭ ହୋଇଥିଲା ଭୋଟ ଗ୍ରହଣ। ଶାନ୍ତି ଶୃଙ୍ଖଳା ପାଇଁ ପ୍ରତି ବୁଥ୍‌ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏହି ଉପନିର୍ବାଚନରେ ମୋଟ ୨ଲକ୍ଷ ୩୨ହଜାର ୨୬୪ ଭୋଟର ମତଦାନ କରିବେ। ବରପାଲି ୮୪, ବିଜେପୁର ୧୦୬ ଓ ଗାଇସିଲେଟ ବ୍ଲକର ୯୫ଟି ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ ଚାଲିଛି।

ମତାମତ ଦିଅନ୍ତୁ ।