ବିଜେପୁର ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ସରିବ ପ୍ରଚାର

ଭୁବନେଶ୍ଵର : ବିଜେପୁର ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ସରିବ। ସେଥିପାଇଁ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନେତାମାନେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲାଗି ପଡ଼ିଛନ୍ତି।

ଖବଏ ଅନୁଯାୟୀ ବିଜେଡି ପ୍ରାର୍ଥୀ ରୀତା ସାହୁ ଆଜି ବରପାଲି ଏନଏସି ଅଞ୍ଚଳରେ ପ୍ରଚାର କରିବେ। ତାଙ୍କ ସହ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରଚାରରେ ସାମିଲ ହେବେ। ସେହିପରି ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କ ପାଇଁ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବରଗଡ ସାଂସଦ ସୁରେଶ ପୂଜାରୀ ଓ କେ.ଭି. ସିଂଦେଓ ପ୍ରମୁଖ ଗାଇସିଲେଟ ବ୍ଲକର ବିଭିନ୍ନ ଅଞ୍ଚଳ ଓ ବରପାଲିରେ ପ୍ରଚାର କରିବେ। ଭୋଟରଙ୍କୁ ମନାଇବାକୁ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା ବିଜେପୁରର ବିଭିନ୍ନ ଅଞ୍ଚଳ। ଏହାଛଡା ପଦ୍ମପୁର ଆରଏମସି ପଡ଼ିଆରେ ପୋଲିଂ ଅଧିକାରୀଙ୍କୁ ଆଜି ପ୍ରଶାସନ ପକ୍ଷରୁ ଭିଭିପାଟ୍ ଓ ଇଭିଏମ ବଣ୍ଟନ କରାଯିବ ବୋଲି ସୂଚନା ମିଳିଛି।

ମତାମତ ଦିଅନ୍ତୁ ।