ବିଜେପୁର ପାଇଁ କଂଗ୍ରେସରୁ ପ୍ରାର୍ଥୀହେଲେ ଦିଲ୍ଲୀପ ପଣ୍ଡା

ଭୁବନେଶ୍ୱର : ବିଜେପୁର ବିଧାନସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଦିଲ୍ଲୀପ କୁମାର ପଣ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି । ଅଲ ଇଣ୍ଡିଆ କଂଗ୍ରେସ କମିଟି ପକ୍ଷରୁ ଏ ନେଇ ଏ ଘୋଷଣା କରାଯାଇଛି। ବିଜେପୁର ଉପନିର୍ବାଚନ ନିମନ୍ତେ ପ୍ରାର୍ଥୀ ବାଛିବା ପାଇଁ ପିସିସି ପକ୍ଷରୁ ୫ ଜଣଙ୍କ ନାଁ ଏଆଇସିସିକୁ ପଠାଯାଇଥିଲା। ବିଜେପୁର ବ୍ଲକର ମାନପୁର ଗାଁର ଦିଲ୍ଲୀପ ପଣ୍ଡା ପୂର୍ବରୁ ବ୍ଲକ ଉପାଧ୍ୟକ୍ଷ ଥିଲେ। ସେହିପରି ସେ ଜିଲ୍ଲା କଂଗ୍ରେସ ଭାଙ୍ଗିବା ପୂର୍ବରୁ ଉପାଧ୍ୟକ୍ଷ ଥିଲେ।

ମତାମତ ଦିଅନ୍ତୁ ।