ବିଦେଶୀ ଯୁବତୀ ଭାରତରେ କରୁଛନ୍ତି ଦେହ ବେପାର

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ରାଜଧାନୀ ଭୋପାଲରେ ଏକ ସେକ୍ସ ରାକେଟର ପର୍ଦ୍ଦାଫାସ ହୋଇଛି। ଏହି ବ୍ୟବସାୟରେ ସମ୍ପୃକ୍ତ ଥିବା ୩ ବିଦେଶୀ ମହିଳାଙ୍କୁ ଗିରଫ କରିଛି ପୋଲିସ। ଏମାନଙ୍କ ମଧ୍ୟରୁ ଜଣେ ନେପାଳର ଓ ଅନ୍ୟ ୨ଜଣ ଉଜବେକିସ୍ତାନର ବୋଲି ଜଣାପଡିଛି। ଟୁରିଷ୍ଟ ଭିସାରେ ଆସି ବିଦେଶୀ ଯୁବତୀଦ୍ଵୟ ଏଠାରେ ଦେହ ବ୍ୟବସାୟରେ ସାମିଲ ହୋଇଯାଇଥିଲେ।

ଖବର ଅନୁଯାୟୀ ପୋଲିସ ଡିଡିଏ କଲୋନୀର କୋହେଫିଜା ବିଲ୍ଡିଂରେ ଦେହ ବ୍ୟବସାୟ ଚାଲୁଥିବା ସୂଚନା ପାଇ ଚଢଉ କରିଥିଲା। ଜନ ମସିହ ନାମକ ଦଲାଲକୁ ଗିରଫ କରିବା ସହିତ ୩ ଜଣ ବିଦେଶୀ ଯୁବତୀ ଏବଂ ସୁଯୋଗ ଓ କପିଲ ନାମକ ଦୁଇ ଗ୍ରାହକଙ୍କୁ ଧରିଥିଲା।

ଗତବର୍ଷ ଏହି ଯୁବତୀମାନେ ୧୫ ଦିନିଆ ଟୁରିଷ୍ଟ ଭିସାରେ ଭାରତ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣକର ବିବାହ ଉତ୍ତର ପ୍ରଦେଶ ଆଗରାରେ ହେବାର ଥିଲା। ହେଲେ କୌଣସି କାରଣରୁ ହୋଇପାରିନଥିବା ବେଳେ ଭିସା ଅବଧି ସରିଯାଇଥିଲା। ସେ ପେନାଲ୍ଟି ବାବଦକୁ ୪ଶହ ଡଲାର ଆମ୍ବାସୀରେ ଜମା କରିଥିଲେ। କିନ୍ତୁ ଦୁଇ ଯୁବତୀ ଭିସା ଅବଧି ବୃଦ୍ଧି ପାଇଁ ଆବେଦନ ନକରି ଏଠାରେ ଦେହ ବ୍ୟବସାୟ କରୁଥିଲେ। ସେମାନଙ୍କୁ କୋର୍ଟରେ ହାଜର କରାଯାଇ ଜେଲକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ଭୋପାଲ ଏଏସପି ନିଶ୍ଚଲ ଝାରିଆ କହିଛନ୍ତି ଏମାନେ ଟୁରିଷ୍ଟ ଭିସାରେ ଆସି ପ୍ରାୟତଃ ଦେହ ଏଠାରେ ବ୍ୟବସାୟ କରୁଛନ୍ତି। ବିଦେଶୀ ଯୁବତୀମାନଙ୍କୁ ଭାରତ ଡକାଉଥିବା ଲୋକେ ସେମାନଙ୍କ ଲାଗି ଦେଶର ବିଭିନ୍ନ ସହରରେ ଗ୍ରାହକ ବୁଝି ସେଠାକୁ ପଠାନ୍ତି। ଏ ଦୁଇ ୨ ଯୁବତୀ ଦିଲ୍ଲୀରୁ ଏଠାକୁ ଆସିଥିଲେ ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।