ବିଧାନସଭାରେ ନାବାଳିକା ଦୁଷ୍କର୍ମ ଓ ନିଖୋଜ ପ୍ରସଙ୍ଗ, ୩ ମିନିଟ୍‌ରେ ଅଟକିଲା ପ୍ରଶ୍ନକାଳ

ଭୁବନେଶ୍ଵର: ନାବାଳିକା ଦୁଷ୍କର୍ମ ଓ ଶିଶୁ ନିଖୋଜ ଘଟଣାକୁ ନେଇ ଆଜି ବି ବିଧାନସଭା ଚାଲିପାରି ନାହିଂ। ପ୍ରଶ୍ନକାଳ ମାତ୍ର ୩ ମିନିଟ୍‌ରେ ଅଟକିଛି। ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଅପରାହ୍ନ ୩ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।

ମଙ୍ଗଳବାର ପ୍ରଶ୍ନକାଳ ଆରମ୍ଭ ହେବାକ୍ଷଣି ବାଚସ୍ପତି ଶ୍ରୀ ପାତ୍ର ପଞ୍ଚାୟତରାଜ ବିଭାଗକୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖିବା ପାଇଁ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀ ଜେନା ଉତ୍ତର ରଖୁଥିବା ବେଳେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ନାବାଳିକାଙ୍କ ପ୍ରତି ବଢ଼ୁଥିବା ଅପରାଧ ଭଳି ସଙ୍ଗୀନ ପ୍ରସଙ୍ଗ ପୁଣି ଥରେ ଦୋହରାଇ ଥିଲେ। ନାବାଳିକା ଦୁଷ୍କର୍ମ, ନିଖୋଜ, ହତ୍ୟା, ଅନୁଗୁଳ ଓ ଭବାନୀପାଟଣା ଘଟଣାରେ ଆଲୋଚନା ପାଇଁ ଦାବି କରିଥିଲେ । ବିଜେପି ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ନାରାବାଜି କରିବା ସହିତ ବାଚସ୍ପତିଙ୍କ ପୋଡିୟମ୍‌ ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ । ଏଭଳି ହଟ୍ଟଗୋଳ ପରିସ୍ଥିତିରେ ପ୍ରଶ୍ନକାଳ ଚଳାଇବା ସମ୍ଭବ ନହେବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

ମତାମତ ଦିଅନ୍ତୁ ।