ବିଧାନସଭାରେ ଶାସକ ଦଳର ମନ୍ତ୍ରୀ-ବିଧାୟକ ମୁହାଁମୁହିଁ

ଭୁବନେଶ୍ଵର : ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପୂର୍ବତନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ମୁହାଁମୁହିଁ ହୋଇଛନ୍ତି । ଏପରି ଘଟନା ଆଜି ପ୍ରଶ୍ନ କାଳରେ ଦେଖିବାକୁ ମିଳିଥିଲା ।

ବୁଧବାର ବିଧାନସଭାର ପ୍ରଶ୍ନକାଳରେ ପ୍ରଦୀପ ମହାରଥୀଙ୍କ ଶୀତଳ ଭଣ୍ଡାର ଓ ଆଳୁ ମିଶନ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏହି ଅବସରରେ ମାରିଥିଲେ ତେରେଛା ବାଣ। ସେ କହିଥିଲେ, ଶୀତଳ ଭଣ୍ଡାର ପ୍ରସଙ୍ଗରେ ମହାରଥୀ ବାବୁ ଯେଉଁ ପ୍ରଶ୍ନ ପଚାରୁଛନ୍ତି, ପୂର୍ବରୁ ସେ ସେହି ବିଭାଗର ମନ୍ତ୍ରୀ ଥିଲେ । ଆଳୁ ମିଶନ ତାଙ୍କ ସମୟରେ ଆରମ୍ଭ ହୋଇ ଶେଷ ହୋଇଯାଇଥିଲା । ୧୨୮ଟି ଶୀତଳ ଭଣ୍ଡାରରୁ ମହାରଥୀଙ୍କ ମନ୍ତ୍ରୀତ୍ଵ କାଳରେ ୮୦ଟି ଶୀତଳ ଭଣ୍ଡାର ବନ୍ଦ ହୋଇଯାଇଥିଲା । ବର୍ତ୍ତମାନ ସୁଦ୍ଧା ୪୮ଟି ଶୀତଳ ଭଣ୍ଡାଳ ସଚଳ ରହିଛି । ବାକି ଗୁଡ଼ିକର ପୁନରୁଦ୍ଧାର ପାଇଁ ଉଦ୍ୟମ ଚାଲିଛି । ମହାରଥୀ ଚଷା ପୁଅ ଓ ଚାଷରେ ଡକ୍ଟରେଟ୍‌ କରିଛନ୍ତି । ତାଙ୍କୁ ସବୁ କଥା ଜଣା।

ପ୍ରକୃତରେ ପୂର୍ବତନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ତାଙ୍କ ପ୍ରଶ୍ନର ସଠିକ୍‌ ଉତ୍ତର ନିଶ୍ଚୟ ଜଣାଥିବ । ତଥାପି ସେ କୋଉ ଉଦେଶ୍ୟ ରଖି ଏଭଳି ପ୍ରଶ୍ନ ପଚାରି କାହା ପାଇଁ ଅଡ଼ୁଆ ସୃଷ୍ଟି କରିବାକୁ ଚାହୁଁଥିଲେ ସେକଥା ତାଙ୍କୁ ଜଣାଥିବ ବୋଲି କହିଥିଲେ।

ମତାମତ ଦିଅନ୍ତୁ ।