ବିଧାନସଭା ଡାକିବାକୁ କଂଗ୍ରେସର ଦାବି

ଭୁବନେଶ୍ୱର: ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଅଗଷ୍ଟ ତୃତୀୟ ସପ୍ତାହ ସୁଦ୍ଧା ବିଧାନସଭା ଅଧିବେଶନ ଡାକି କରୋନା ଯୋଗୁ ଲୋକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା ଓ ଏହାର ସମାଧାନ ନିମନ୍ତେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦାବି କରିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଓ କରୋନାଜନିତ ଅନ୍ୟାନ୍ୟ ସମସ୍ୟାର ମୁକାବିଲା କରିବା ଦିଗରେ ରାଜ୍ୟ ସରକାର ବିଫଳ ହୋଇଥିବା ନେଇ କଂଗ୍ରେସ ଉଦବେଗ ପ୍ରକାଶ କରିଛି।

ଶ୍ରୀ ମିଶ୍ର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କହିଛନ୍ତି ଯେ, ଅଗଷ୍ଟ ତୃତୀୟ ସପ୍ତାହ ସୁଦ୍ଧା ବିଧାନସଭାର ଅଧିବେଶନ ଡାକି ଲୋକଙ୍କ ସମସ୍ୟା ଉପରେ ଆଲୋଚନା କରିବା ଓ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ତା’ର ମିଳିତ ସମାଧାନ କରିବା ଜରୁରୀ ହୋଇପଡ଼ିଛି।

ମତାମତ ଦିଅନ୍ତୁ ।