ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୮ର ୫ମ ବୈଠକ

ଭୁବନେଶ୍ୱର : ଆଜି ଭାରତୀୟ ଜନତା ପାର୍ଟି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି-୮ର (ଡି ପାର୍ଟମେଣ୍ଟାଲି ରିଲେଟେଡ୍‌ ଷ୍ଟାଣ୍ଡିଂ କମିଟି-୮) ୫ମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର କାର୍ଯ୍ୟ।ବଳୀ ଓ ବଜେଟ୍‌ ବ୍ୟବସ୍ଥା ସଂପର୍କରେ ଆଲୋଚନା ହୋଇଥିଲା। ଏହି ବୈଠକରେ କମିଟିର ସଦସ୍ୟଥିବା ବିଧାୟକ ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ, ଚକ୍ରମଣି କହଁର, ମକରନ୍ଦ ମୁଦୁଲି, ନବଚରଣ ମାଝୀ ଅଂଶଗ୍ରହଣ କରିଥିଲେ। ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ବିଧାନସଭାର ସଚିବ ଦାଶରଥୀ ଶତପଥୀ, ଶ୍ରମ କମିଶନର ନିରଞ୍ଜନ ସାହୁ, ଓ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ୟୁ.କେ. ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ମତାମତ ଦିଅନ୍ତୁ ।