ବିଧାୟକଙ୍କୁ କରୋନା

ବାଲେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଛନ୍ତି । ଏହି ବିଧାୟକ ଜଣକ ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀର ବୋଲି ଜୋରଦାର ଚର୍ଚ୍ଚା ହେଉଛି । ସୂଚନା ଯୋଗ୍ୟ ରାଜ୍ୟରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଆକ୍ରାନ୍ତ ଜିଲ୍ଲାମାନଙ୍କ ମଧ୍ୟରୁ ହଟ୍‌ସ୍ପଟ୍‌ରେ ରହିଛି ବାଲେଶ୍ୱର। ସୋମବାର ମିଳିଥିବା ଖବର ଅନୁଯାୟୀ ନୀଳଗିରି ବିଧାୟକ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଥିବା ବେଳେ ସରକାରୀ ଭାବେ ଏ ସମ୍ପର୍କରେ ସ୍ପଷ୍ଟ କରାଯାଇ ନାହିଁ।

ମତାମତ ଦିଅନ୍ତୁ ।