ବିନା ଅନୁମତି ବିବାହ, ପୁରୋହିତ ବନ୍ଧା ହେବେ

ବ୍ରହ୍ମପୁର : ଏଣିକି ବିବାହ ଅନୁମତି ନେବାକୁ ପଡିବ। ଏହି ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ। ଏପରିକି ବିନା ଅନୁମତିରେ ଯଦି ପୁରୋହିତ ବିବାହ କରାଇବେ ତେବେ ବନ୍ଧା ହେବେ। ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ଏହି ନିର୍ଦ୍ଦେଶନାମା ଜାରି କରିଛି। ବୁଧବାର ଗଞ୍ଜାମ ଜିଲ୍ଲା ପ୍ରଶାସନ ଟ୍ୱିଟ୍‌ କରି ଦେଇଥିବା ସୂଚନା ଅନୁଯାୟୀ ବିବାହ ଉତ୍ସବ ପାଇଁ ସବ୍‌ ଡିଭିଜନାଲ୍ ମାଜିଷ୍ଟ୍ରେଟଙ୍କଠାରୁ ଅନୁମତି ନେବାକୁ ପଡିବ। କୋଭିଡ୍ ଗାଇଡଲାଇନ୍ ଆଧାରରେ ଅତିଥି ଉପସ୍ଥିତ ରହିବେ। ଯଦି ବିନା ଅନୁମତିରେ ବିବାହ କାର୍ଯ୍ୟ ହେଉଥାଏ ତେବେ ପୁରୋହିତଙ୍କ ବିରୋଧରେ ଏଫ୍‌ଆଇଆର ଦାଏର ହେବ।

ମତାମତ ଦିଅନ୍ତୁ ।