ବିପଦରେ ଭାରତୀୟ ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡଧାରୀ

ନୂଆଦିଲ୍ଲୀ: ଭାରତୀୟ ବ୍ୟାଙ୍କ୍‌ର ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଥିବା ୧.୩ ମିଲିୟନ୍‌ କାର୍ଡଧାରୀଙ୍କ ପାଇଁ ଏବେ ବିପଦ ରହିଛି। କାରଣ ଏହି କାର୍ଡର ‘ଡିଟେଲ୍‌’କୁ ହ୍ୟାକରମାନେ ହ୍ୟାକ୍‌ କରିନେଇ ଡାର୍କ ୱେବ୍‌ ଜରିଆରେ ଖୋଲା ବିକ୍ରୟ କରୁଛନ୍ତି। ଜେଡ୍‌ଡିନେଟ୍‌ ଦ୍ଵାରା ପ୍ରକାଶିତ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।

ରିପୋର୍ଟ ଅନୁଯାୟୀ ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡରେ ଉପଲବ୍ଧ ଥିବା ୧୩୦ ମିଲିୟନ ଡଲାର ମୂଲ୍ୟର ଅର୍ଥରାଶି ସାଇବର ଅପରାଧୀମାନଙ୍କୁ ହାତକୁ ଚାଲିଯିବାର ଆଶଙ୍କା ସୃଷ୍ଟି ହୋଇଛି। ହ୍ୟାକରମାନେ ୯୨୦ କୋଟି ବିନିମୟରେ ଏସବୁ ତଥ୍ୟକୁ ଡାର୍କ ୱେବ୍‌ ଜରିଆରେ ସାଇବର ଅପରାଧୀମାନଙ୍କୁ ବିକ୍ରୟ କରିବା ପାଇଁ ଯୋଜନା ଆରମ୍ଭ କରିଛନ୍ତି।

ସାଇବର ସୁରକ୍ଷା ଉପରେ ଗବେଷଣା ଚଲାଇଥିବା ଗ୍ରୁପ୍‌-ଆଇବିଏ ଏକାଧିକ ଭାରତୀୟ ବ୍ୟାଙ୍କ୍‌ର ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡଧାରୀ ମାନଙ୍କର ‘ଡିଟେଲ୍‌’ ଏବେ ନିଲାମୀ ଜରିଆରେ ବିକ୍ରୟ ହେଉଥିବା ଜାଣିବାକୁ ପାଇଛି। ଏଥିରେ ଏକାଧିକ ଭାରତୀୟ ବ୍ୟାଙ୍କର ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡଧାରୀ ଗ୍ରାହକଙ୍କ ‘ଡିଟେଲ’ ରହିଛି। ଗୋଟିଏ ଗୋଟିଏ ବ୍ୟାଙ୍କ୍‌ର ତଥ୍ୟ ୧୦୦ ଡଲାର ମୂଲ୍ୟରେ ନିଲାମ କରାଯାଉଥିବା ଏହି ସଂସ୍ଥା କହିଛି।

ମତାମତ ଦିଅନ୍ତୁ ।