ବିବାହ ପୂର୍ବରୁ ଯୁବକ ଯୁବତୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ : ବିବାହ ପୂର୍ବରୁ ଯୁବକ ଯୁବତୀଙ୍କ ଆତ୍ମହତ୍ୟା କରିଛନ୍ତି । ଏ ଦୁହେଁ ହେଲେ ଉତ୍ତରାଖଣ୍ଡ ଇନ୍ଦୋର ରୋଡର ସୁଖମୟା ଓ ନେହରୁ କଲୋନୀର ନୌକାଦୌଡୱାଲା ନିବାସୀ ସୂରଜ ଥପ୍ପା। ୬ ମାସ ପୂର୍ବରୁ ନିର୍ବନ୍ଧ ସରିଥିଲା। ନିର୍ଦ୍ଧାରିତ ହୋଇଥିଲା ତିଥି। କିନ୍ତୁ ସୂରଜ ନିଶା ସେବନ କରୁଥିବା ଜାଣିବା ପରେ ସୁଖମୟା ଚିନ୍ତିତ ରହି ଶେଷରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲା।

ପୋଲିସର ସୂଚନା ଅନୁଯାୟୀ ସୂରଜ ଓ ସୁଖମୟା ମଧ୍ୟରେ କୌଣସି କଥାକୁ ନେଇ ମତଭେଦ ଦେଖାଦେଇଥିଲା। ଯାହା ସମାଧାନ ହୋଇ ନପାରିବାରୁ ସୁଖମୟା ଗଳାରେ ରଶି ଲଗାଇ ଆତ୍ମହତ୍ୟା କରିଥିଲା। ପରିବାର ଲୋକେ ଉଦ୍ଧାର କରିବା ହସ୍ପିଟାଲ ନେଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ।

ସୁଖମୟାର ମୃତ୍ୟୁ ଖବର ଶୁଣି ସୂରଜ ହତାସ ହୋଇପଡିଥିଲା। ଘରେ କେହି ନଥିବା ବେଳେ ଏକ ଓଢଣୀକୁ ଫନ୍ଦା କରି ଗଳାରେ ଲଗାଇ ଆତ୍ମହତ୍ୟା କରିଛି। ଘଟଣା ଉଭୟ ପରିବାରରେ ଦୁଃଖ ଖେଳାଇ ଦେଇଥିବା ବେଳେ ନିଶାଭ୍ୟାସ ଏହି ଆତ୍ମହତ୍ୟାର କାରଣ ବୋଲି ଜଣାପଡିଛି।

ମତାମତ ଦିଅନ୍ତୁ ।