ବିବାହ ଶୋଭାଯାତ୍ରାରେ କରୋନ ନିୟମ ଉଲଂଘନ ପାଇଁ ୫୦ ହଜାର ତଣ୍ଡ

ବ୍ରହ୍ମପୁର : ବିବାହ ଶୋଭାଯାତ୍ରାରେ କୋଭିଡ୍‌ ନିୟମର ଉଲ୍ଲଙ୍ଘନ। ଏଥିପାଇଁ ବର ଓ କନ୍ୟା ପକ୍ଷକୁ ୫୦ ହଜାର ଜରିମାନା କରାଯାଇଛି। ଏଥିସହ ଉଭୟ ପକ୍ଷ ବିରୋଧରେ ରୁଜୁ ହୋଇଛି ମାମଲା। ଏହି ଘଟଣା ଗଞ୍ଜାମ ଜିଲାରେ ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ ବ୍ରହ୍ମପୁର ନ୍ୟୁମିଲିଟାରେ ରୋଡ୍‌ର କୃଷ୍ଣଚନ୍ଦ୍ର ସାହୁଙ୍କ ପୁଅ ଦୀପକର ଗତ ୨ ତାରିଖରେ ଥିଲା ବାହାଘର। ଗୋପାଳପୁରର ଏକ ପଞ୍ଚ ତାରକା ହୋଟେଲ୍‌ରେ ଏହିପାଇଁ ହୋଇଥିଲା ଆୟୋଜନ। ଉପ ଜିଲ୍ଲାପାଳଙ୍କଠାରୁ ନିଆଯାଇଥିଲା ଅନୁମତି। ଏଥିରେ କୋଭିଡ୍‌ ନିର୍ଦ୍ଦେଶ ଅନୁସାରେ ବିବାହ କରିବାକୁ କୁହାଯାଇଥିଲା। କିନ୍ତୁ କୋଭିଡ୍‌ ନିୟମ ସମସ୍ତେ ଭୁଲି ଯାଇଥିଲେ। ରୋଷଣି ସମୟରେ ବିନା ମାକ୍ସରେ ଖୋଲା କାର୍‌ରେ ନାଚୁଥିଲେ ବର। ଡିଜେ ସହିତ ତାଳ ମିଳାଇ ନାଚିଥିଲେ ବରଯାତ୍ରୀ। କାହାରି ମୁହଁରେ ମାସ୍କ ନଥିଲା। ସାମାଜିତ ଦୂରତା ସମସ୍ତେ ଉଲ୍ଲଙ୍ଘନ କରି ହାତ ଧରାଧରି ହୋଇ ନାଚୁଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାପରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ମତାମତ ଦିଅନ୍ତୁ ।