ବିଳମ୍ବରେ ଅଫିସ ଆସିଥିବା ୧୯ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର : ସରକାରଙ୍କ ନିୟମ ନମାନି କାର୍ଯ୍ୟାଳୟକୁ ବିଳମ୍ବରେ ଆସିଥିବା ଉଚ୍ଚଶିକ୍ଷା ବିଭାଗର ୧୯ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। କାର୍ଯ୍ୟାଳୟକୁ ବିଳମ୍ବରେ ଆସିଥିବା ଦିନଗୁଡ଼ିକୁ ଛୁଟି ବୋଲି ଧରିନିଆଯାଇ ସେମାନଙ୍କର ଛୁଟି କାଟ୍ କରାଯାଇଛି।

ବିଭାଗ ପକ୍ଷରୁ କୁହାଯାଇଛି ଜୁଲାଇ ୨୨ରୁ ଅଗଷ୍ଟ ୨୦ ମଧ୍ୟରେ ବାୟୋମେଟ୍ରିକ୍ ଉପସ୍ଥାନକୁ ଯାଞ୍ଚ କରାଯାଇ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ତାଲିକାରେ ରହିଛନ୍ତି ଉଚ୍ଚଶିକ୍ଷା ବିଭାଗ ଉପସଚିବ ପ୍ରାଣବନ୍ଧୁ ରାଉତ, ଏସଓ ବଂଶୀଧର ମହାନ୍ତି, ୪ଯୁଗ୍ମ ସଚିବ ରଞ୍ଜିତା ରଥ, ଏସ୍ଓ ରଞ୍ଜିତ କୁମାର ଦାଶ। ଅନୁସଚିବ ମିନତି ଭୂୟାଁ, ଦିବାକର ଦାଶ, ଆଶୁତୋଷ ବେହେରା।

ଏମାନଙ୍କ ବ୍ୟତୀତ ଅତିରିକ୍ତ ସଚିବ ରାଜଶ୍ରୀ ମହାନ୍ତି, ଲକ୍ଷ୍ମୀଧର ମହାନ୍ତି, ଯୁଗ୍ମ ସଚିବ ଶ୍ୟାମଳୀ ମହାପାତ୍ର, ଉପସଚିବ ଖଗେଶ୍ଵର ବେହେରା, ପ୍ରମୋଦ କୁମାର ରାଉତ, ଏସଓ ନେହା କାନୁନଗୋ, ଅନୁପମା ରଥ, ଅଡିଟର ଲକ୍ଷ୍ମୀକାନ୍ତ ରାୟ, ଏଏସଓ ସୌମ୍ୟରଞ୍ଜନ ବେହେରା, ଦେବକଲ୍ୟାଣୀ ପାଇକରାୟ, ଏସ୍ ନିତେଶ, ଭୁଜରାମ ସୋରେନ୍ ଓ ନମିତା ବାଗ୍। କାର୍ଯ୍ୟାଳୟକୁ ବିଳମ୍ବରେ ଆସିଥିବାରୁ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ସୂଚନା ମିଳିଛି।

ମତାମତ ଦିଅନ୍ତୁ ।