ବିହାରରେ ଜନ୍ମହାର ସବୁଠୁ ଅଧିକ

ନୂଆଦିଲ୍ଲୀ: ଦେଶରେ ଜନ୍ମହାରରେ ଦ୍ରୁତ ହ୍ରାସ ଘଟିଛି । କିନ୍ତୁ ଲୋକଙ୍କର ଜିଇବାର ଅବଧି ବୃଦ୍ଧି ପାଇଛି । କିଛି ରାଜ୍ୟ ଏମିତି ଅଛି ଯେଉଁ ରାଜ୍ୟରେ ଜନ୍ମହାର ବୃଦ୍ଧି ଯୋଗୁଁ ଜନସଂଖ୍ୟା ବୃଦ୍ଧି ପାଇଛି । ଏହି ମାମଲାରେ ବିହାର ସବୁଠୁ ଆଗରେ ରହିଛି । ବିହାରରେ ଶିଶୁ ଜନ୍ମହାର ୩.୨% ବୋଲି ରେଜିଷ୍ଟ୍ରାର ଜେନେରାଲଙ୍କ ରିପୋର୍ଟରେ ପ୍ରକାଶ ପାଇଛି । ଦ୍ଵିତୀୟ ସ୍ଥାନରେ ରହିଛି ଉତ୍ତରପ୍ରଦେଶ । ଏହି ରାଜ୍ୟରେ ଶିଶୁ ଜନ୍ମ ହାର ୨.୯% ଓ ୨୫ ବର୍ଷରୁ ଅଧିକ ଲୋକଙ୍କ ବୟସ ୫୨.୭% ।

ସେହିପରି ସାରା ଦେଶରେ କେରଳରେ ଶିଶୁ ଜନ୍ମହାର ସବୁଠୁ କମ୍ । ଏଠାରେ ଜନ୍ମହାର ମାତ୍ର ୧.୭% । ଏହା ସହ ୨୫%ରୁ କମ୍ ଆୟୁ ବର୍ଗର ଲୋକ ସଂଖ୍ୟା କେରଳରେ ୩୭.୪% ବୋଲି କୁହାଯାଇଛି। ସେହିପରି ମୃତ୍ୟୁହାର ଛତିଶଗଡ଼ରେ ସର୍ବାଧିକ ଓ ୮% । ଦିଲ୍ଲୀରେ ଏହି ସଂଖ୍ୟା ସବୁଠୁ କମ୍ ଅର୍ଥାତ୍ ୩.୩% । ଗତ ୪୦ ବର୍ଷ ମଧ୍ୟରେ ଦେଶରେ ମୃତ୍ୟୁ ହାର ହ୍ରାସ ପାଇଛି । ୧୯୭୧ ମସିହାରେ ଦେଶରେ ମୃତ୍ୟୁହାର ୧୪.୯% ଥିବାବେଳେ ଏବେ ୨୦୧୮ରେ ତାହା ୬.୨%କୁ ହ୍ରାସ ପାଇଛି । ଗତ ଏକ ଦଶକ ମଧ୍ୟରେ ଗ୍ରାମାଞ୍ଚଳରେ ମୃତ୍ୟୁ ହାର ୭.୩%ରୁ ୬.୨%କୁ ହ୍ରାସ ପାଇଛି । ସେହିପରି ସହାଞ୍ଚଳରେ ମୃତ୍ୟୁହାର ୫.୮%ରୁ ୫.୧%କୁ ହ୍ରାସ ପାଇଥିବା ସୂଚନା ମିଳିଛି ।

ମତାମତ ଦିଅନ୍ତୁ ।