ବୁଧବାରରୁ ଦୋକାନରେ ମିଳିବ ମଦ

ଭୁବନେଶ୍ୱର : ମଦ ସେବନକାରୀଙ୍କ ପାଇଁ ଭଲ ଖବର। ଆସନ୍ତା କାଲିଠାରୁ ମଦ ଦୋକାନରେ ମିଳିବ ବିଦେଶୀ ମଦ ଓ ବିୟର। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ କାଉଣ୍ଟର। ସାନ୍ଧ୍ୟକାଳୀନ ଭିଡ଼କୁ ଏଡ଼ାଇବା ପାଇଁ ୬ଟା ଏହି ସମୟ ଧାର୍ଯ୍ୟ କରାଯାଇଛି। ତେବେ କାଉଣ୍ଟରରେ ଅଧିକ ଭିଡ଼ ଆଶଙ୍କା ଥିବାରୁ ଏହାକୁ ଏଡ଼ାଇବା ପାଇଁ ଇ-ଟୋକନ ବ୍ୟବସ୍ଥା କରାଯିବ। ପୋର୍ଟାଲରେ ସ୍ଲଟ ବୁକିଂ କରି ଟୋକନ ହାସଲ କରିବା ପରେ ମଦ ଦୋକାନରୁ ମଦ ମିଳିବ। ଇ-ଟୋକନ କିଭଳି ମିଳିବ ସେ ସମ୍ପର୍କରେ ଦୋକାନୀ ଡିସ୍‌ପ୍ଲେ କରି ଜଣାଇବେ।

ମତାମତ ଦିଅନ୍ତୁ ।