‘ବୁବୋନିକ୍ ପ୍ଲେଗ’କୁ ନେଇ ସତର୍କ କରାଇଲା ଚୀନ

ନୂଆଦିଲ୍ଲୀ : ଚତୁର୍ଦ୍ଦଶ ଶତାବ୍ଦୀରେ ଏସିଆରେ ଦେଖା ଦେଇଥିବା ‘ବୁବୋନିକ୍ ପ୍ଲେଗ’ ପୁଣି ଫେରିଛି। ଏହି ରୋଗରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା। ଏବେ ଚୀନର ଆଭ୍ୟନ୍ତରୀଣ ମୋଙ୍ଗୋଲିଆ ଅଞ୍ଚଳରେ ଶନିବାର ଦୁଇ ଭାଇ  ବୁବୋନିକ୍ ପ୍ଲେଗ ଦ୍ୱାରା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ସ୍ୱାସ୍ଥ୍ୟ ଅଧିକାରୀମାନେ ବୟାନ ନୁର ସହରରେ ସତର୍କ ସୂଚନା ଜାରି କରିଥିବା ବେଳେ ମୂଷା ନଖାଇବା ପାଇଁ ଲୋକଙ୍କୁ ବାରଣ କରିଛନ୍ତି। ଏହାଛଡା ରୋଗୀଣା ବା ମୃତ ମୂଷା ଦେଖିଲେ ତୁରନ୍ତ ଜଣାଇବାକୁ ସେମାନେ ହିଛନ୍ତି। ଆକ୍ରାନ୍ତ ଦୁଇ ଭାଇ ମାରମୋଟ୍ (ଏକ ପ୍ରଜାତିର ମୂଷା) ମାଂସ ଖାଇଥିଲେ। ସେଇ ମୂଷାଟି ବୁବୋନିକ୍ ପ୍ଲେଗ ଦ୍ୱାରା ଆକ୍ରାନ୍ତ ହୋଇଥିବା ୱାସ୍ଥ୍ୟ ଅଧିକାରୀମାନେ ସନ୍ଦେହ କରୁଛନ୍ତି।

ମତାମତ ଦିଅନ୍ତୁ ।