ବୁର୍ଲା ଭିସୁଟ୍ ସିଲ୍

ସମ୍ବଲପୁର: କରୋନା ପାଇଁ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ) ସିଲ୍ କରାଯାଇଛି। ବୁର୍ଲା ଭିସୁଟ୍‌କୁ ଅଧ୍ୟାପିକାଙ୍କ ସ୍ବାମୀ କୋଭିଡ୍ ସଂକ୍ରମିତ ହୋଇ ମୃତ୍ୟୁ ହେବା ପରେ ଏଭଳି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । କୁଳପତି ସମସ୍ତ ବିଭାଗକୁ ସାନିଟାଇଜ୍ କରିବା ପାଇଁ ବୁର୍ଲା ଅଗ୍ନିଶମ ବିଭାଗକୁ ପତ୍ର ଲେଖିଛନ୍ତି। ସମ୍ପୂର୍ଣ୍ଣ ଭାବେ ସାନିଟାଇଜ୍ ନହେବା ପର୍ଯ୍ୟନ୍ତ ଭିସୁଟକୁ ସିଲ୍ କରାଯାଇଛି । 

ସୂଚନାଯୋଗ୍ୟ ଯେ, ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ ଜଣେ ଅଧ୍ୟାପିକାଙ୍କ ସ୍ବାମୀ ଅନୁଗୁଳରେ ଏକ ରାଷ୍ଟ୍ରାୟତ୍ତ କମ୍ପାନୀରେ ଚାକିରି କରୁଥିଲେ । କିଛି ମାସ ହେଲା ସେ ବୁର୍ଲାର ଭିସୁଟ୍‌ କ୍ୟାମ୍ପସର ସରକାରୀ କ୍ବାର୍ଟରରେ ରହି ଆସୁଥିଲେ । କିଛିଦିନ ପୂର୍ବରୁ ସେ ଅନୁଗୁଳ ଯାଇ ରବିବାର ଫେରିଥିଲେ । ଫେରିବା ପରେ ତାଙ୍କର ଜ୍ବର ହୋଇଥିଲା। ତାଙ୍କୁ ଭିମସାରକୁ ଆଣି କୋଭିଡ୍‌ ସ୍କ୍ରିନିଂ ପରେ ଆଇସୋଲେସନ୍‌ରେ ରଖାଯାଇଥିଲା । ତାଙ୍କ ସ୍ବାବ୍ ମଧ୍ୟ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା । ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା । ସେ ଅନୁଗୁଳର ହୋଇଥିବାରୁ ତାଙ୍କୁ ସେଠାକାର କୋଭିଡ୍‌ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି । ଅଧ୍ୟାପିକାଙ୍କ ସହ ତାଙ୍କ ସ୍ବାମୀ ଭିସୁଟର ବିଭିନ୍ନ ବିଭାଗ ବୁଲାବୁଲି କରିଥିଲେ । ତେଣୁ କୁଳପତି ଏଭଳି ପଦକ୍ଷେପ ନେଇଛନ୍ତି ।

ମତାମତ ଦିଅନ୍ତୁ ।