ବେସରକାରୀ କ୍ରେତାଙ୍କ ପାଇଁ କୋଭିସିଲ୍ଡ ଡୋଜ ହଜାରେ ଟଙ୍କା

ନୂଆଦିଲ୍ଲୀ : ସେର୍‌ମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଆଜି ଓଡ଼ିଶା ସମେତ ଦେଶର ଅନ୍ୟ ରାଜ୍ୟକୁ କୋଭିସିଲ୍ଡ ଟିକା ପଠାଇଛି। ଭାରତ ସରକାରଙ୍କ ପାଇଁ ଏହି ଟିକାର ସ୍ଵତନ୍ତ୍ର ମୂଲ୍ୟ ରହିଛି ୨୦୦ଟଙ୍କା। କିନ୍ତୁ ବେସରକାରୀ କ୍ରେତାମାନଙ୍କ ପାଇଁ କୋଭିସିଲ୍ଡ ଡୋଜ ପିଛା ୧୦୦୦ ଟଙ୍କାରେ ବିକ୍ରି କରାଯିବ ବୋଲି କମ୍ପାନିର ସିଇଓ ଅଦର ପୁନାୱାଲା କହିଛନ୍ତି।

ପୁନାୱାଲାଙ୍କ ସୂଚନା ଅନୁଯାୟୀ କୋଭିଡ -୧୯ ଟିକାର ପ୍ରଥମ ୧୦୦ ମିଲିୟନ ଡୋଜ ଭାରତ ସରକାରଙ୍କୁ ଡୋଜ୍‌ ପିଛା ୨୦୦ ଟଙ୍କାରେ ବିକ୍ରି ହୋଇଛି। ମୂଲ୍ୟ ପରେ ଅଧିକ ହେବ। କମ୍ପାନିକୁ ଘରୋଇ ବଜାରରେ ଟିକା ବିକ୍ରି କରିବାକୁ ବାରଣ କରାଯାଇଛି। ବର୍ତ୍ତମାନ ପରିସ୍ଥିତିରେ କେବଳ ଭାରତ ସରକାର ଟିକା ପାଇବା ପାଇଁ ଯୋଗ୍ୟ। ସେରମ୍ ଇନଷ୍ଟିଚ୍ୟୁଟ୍ ଆହୁରି ୩୦୦ରୁ ୪୦୦ ମିଲିୟନ୍‌ ଟିକା ପାଇଁ ଏକ ବୃହତ ଚୁକ୍ତିନାମା ସ୍ୱାକ୍ଷର କରିବା ପ୍ରକ୍ରିୟାରେ ଅଛି। ଟିକାର ପ୍ରସ୍ତୁତି ଓ ଯେଗାଣ ପ୍ରକ୍ରିୟାକୁ ବିଚ‌ାରକୁ ନେଲେ ସମସ୍ତଙ୍କୁ ଏକସଙ୍ଗରେ ଟିକା ଦେବା ସମ୍ଭବ ନୁହେଁ। ଆବଶ୍ୟକତାକୁ ଦେଖି ଟିକା ବଣ୍ଟନ କରାଯିବ।

ମତାମତ ଦିଅନ୍ତୁ ।