ବେସରକାରୀ ଡାକ୍ତରଖାନାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ମିଳିବନି

ଭୁବନେଶ୍ୱର: ବେସରକାରୀ ଡାକ୍ତରଖାନାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସେବା ମିଳିବନି। ଅଲ ଓଡିଶା ପ୍ରାଇଭେଟ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ ସେବା ଯୋଗାଇକୁ ମନା କରିଥିବା ବେଳେ ଏନେଇ ଫୋରମ ପକ୍ଷରୁ ସରକାରଙ୍କୁ ଚିଠି ଲେଖାଯାଇଛି। ଫୋରମର ଅଭିଯୋଗ ସରକାର ଠିକ ସମୟରେ ବୀମା ଟଙ୍କା ଦେଉନାହାନ୍ତି। ଏହାଛଡା ସୁରକ୍ଷା ଓ ପଞ୍ଜୀକରଣ ନୀତି କୋହଳ କରିବାକୁ ଫୋରମ୍ ଦାବି କରିଛି।

ବେସରକାରୀ ଡାକ୍ତରଖାନା ସଂଘ ଆହୁରି ଅଭିଯୋଗ କରିଛି ପ୍ରାପ୍ୟ ପାଇବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନି। ତେଣୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଚିକିତ୍ସା ବାବଦ ପ୍ରାପ୍ୟ ତୁରନ୍ତ ପ୍ରଦାନ ନ କଲେ ସେମାନେ ଓହରିଯିବେ ବୋଲି ଧମକ ଦେଇଛନ୍ତି।

ମତାମତ ଦିଅନ୍ତୁ ।