ବ୍ରାଉନ ସୁଗାର ଜବତ, ଅବଦୁଲ୍ ଗିରଫ

ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣା ଅଞ୍ଚଳରୁ ୨୦ ଗ୍ରାମ୍ ବ୍ରାଉନ ସୁଗାର ଜବତ କରିଛି QAT ଏବଂ ବାଲିପାଟଣା ପୋଲିସ। ବ୍ରାଉନ୍ ସୁଗାର୍ ବେପାରୀ ସେଖ୍ ଅବଦୁଲ୍ ଅନସାରୀକୁ ମଧ୍ୟ ପୋଲିସ ଗିରଫ କରିଛି। ପୋଲିସ ଅବଦୁଲ୍ ନିକଟରୁ ଏକ ହୋଣ୍ଡା ଏଭିଏଟର୍ ସ୍କୁଟର ସହ ୨୨୨୩ ଟଙ୍କା ଜବତ କରିଛି।

କୌଣସି ସୂତ୍ରରୁ ଖବର ପାଇ QATର ଏକ ଟିମ୍ ଅଠାନ୍ତର ଛକ ନିକଟରେ ବେଙ୍ଗବତୀ ଗ୍ରାମର ସେଖ୍ ଅବଦୁଲ୍ ଅନସାରୀକୁ ଧରିଥିଲା । ଚଢାଉ ସମୟରେ ତା’ ନିକଟରୁ ୨୦ ଗ୍ରାମ୍ ବ୍ରାଉନ୍ ସୁଗାର, ନଗଦ ୨୨୨୩ ଟଙ୍କା ଏବଂ ସ୍କୁଟର ଜବତ କରାଯାଇଛି। ଅବଦୁଲ୍ ବ୍ରାଉନ୍ ସୁଗାର ବେପାର କରୁଥିବା ପୋଲିସ୍ ଜାଣିବାକୁ ପାଇଛି । ଦୀର୍ଘ ଦିନ ହେବ ତା’ ଉପରେ ନଜର ରଖିଥିଲା ପୋଲିସ୍‌।

ମତାମତ ଦିଅନ୍ତୁ ।