ବ୍ରାଜିଲ୍‌ ରାଷ୍ଟ୍ରପତିଙ୍କୁ କରୋନା

ବ୍ରାସିଲିଆ: ବ୍ରାଜିଲ୍‌ ରାଷ୍ଟ୍ରପତି ଜେୟାର ବୋଲ୍‌ସୋନାରୋ କରୋନା ସଂକ୍ରମିତ ହୋଇଛନ୍ତି। ଦେଶରେ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ବ୍ରାଜିଲ୍‌ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟାବସ୍ଥା ଗତକାଲି ହଠାତ୍‌ ବିଗିଡ଼ି ଯାଇଥିଲା। ତାଙ୍କୁ ଜ୍ବର ହୋଇଥିବାରୁ ସେ କୋଭିଡ୍‌ ଟେଷ୍ଟ୍‌ କରିଥିଲେ ଏବଂ ରିପୋର୍ଟ ପଜିଟିଭ୍‌ ଆସିଛି। ତେବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା କଥା ସୂଚନା ମିଳିଛି । ତାଙ୍କ ନିକଟରେ ଏବେ ମାମୁଲି ଲକ୍ଷଣ ପ୍ରକାଶ ପାଇଛି ।

ଏବେ ବ୍ରାଜିଲ୍‌ କରୋନା ସଂକ୍ରମଣ ଦ୍ୱାରା ପ୍ରଭାବିତ ଦେଶମାନଙ୍କ ଭିତରେ ଦ୍ୱିତୀୟ ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ଆମେରିକା ରହିଛି । ବ୍ରାଜିଲ୍‌ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬ ଲକ୍ଷ ଟପିଥିବା ବେଳେ ୬୫ ହଜାରରୁ ଅଧିକ ଲୋକଙ୍କର ମୃତ୍ୟ ହୋଇସାରିଲାଣି ।

ମତାମତ ଦିଅନ୍ତୁ ।