ବ୍ରାଣ୍ଡର ପ୍ରମୋଟ ପାଇଁ ଉଲଗ୍ନ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ : ଆମ ଭାରତୀୟ ସଂସ୍କୃତିରେ ବିଶେଷକରି ଝିଅମାନେ ନିଜ କପଡ଼ା ପ୍ରତି ବହୁତ ଧ୍ୟାନ ରଖିଥାନ୍ତି। ଭାରତରେ ଝିଅମାନଙ୍କ କପଡ଼ାକୁ ନେଇ ଅନେକ ସମୟରେ ଚର୍ଚ୍ଚା ମଧ୍ୟ ହୋଇଥାଏ । କିନ୍ତୁ ଗତ କିଛି ଦିନ ତଳେ ଜଣେ ତରୁଣୀ ଯୁବତୀଙ୍କ ଫଟୋ ସୋସିଆଲ ମିଡ଼ିଆରେ ପୁରା ହଙ୍ଗମା ସୃଷ୍ଟି କରିଦେଇଛି । ସେ ଆଉ କେହି ନୁହନ୍ତି ଇଂରାଜୀ ଅଭିନେତ୍ରୀ ସିଡ୍ରେଲା ଷ୍ଟାର ଲିଲି ଜେମ୍ସଙ୍କ ଏକ ସୁନ୍ଦର ଫଟୋ । ଯେଉଁଥିରେ ସିଡ୍ରେଲା ପୁରା ନିଶାଶକ୍ତ ହୋଇ ବିଚ୍ ରାସ୍ତାରେ ଉଲଗ୍ନ ହୋଇପଡ଼ିଛନ୍ତି । ଏହି ଫଟୋ ଏବେ ସୋସିଆଲ ମିଡ଼ିଆ​‌ରେ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁସାରେ, ସିଡ୍ରେଲା ଷ୍ଟାର ଲିଲି ବ୍ରିଟିଶ୍ କମ୍ପାନିର ପରଫ୍ୟୁମ୍ ବ୍ରାଣ୍ଡର ପ୍ରମୋଟ କରିବା ପାଇଁ ପୁରା ଉଲଗ୍ନ ହୋଇଥିଲେ। ‘ମାଇଁ ବରବେରୀ’ ନାମକ ଏକ ପରଫ୍ୟୁମ୍ ପାଇଁ ତାଙ୍କୁ ଏଭଳି ଫଟୋ ସୁଟ୍ କରିବାର ଥିଲା। ସିଡ୍ରେଲା ଷ୍ଟାର ଲିଲି ଇନଷ୍ଟାଗ୍ରାମରେ ନିଜର ଉଲଗ୍ନ ଫଟୋକୁ ମଧ୍ୟ ସେୟାର କରିଛନ୍ତି। ମାତ୍ର ସମସ୍ତେ ଭାବୁଛନ୍ତି ସିଡ୍ରେଲା ଷ୍ଟାର ଲିଲି ଅଧିକ ନିଶାରେ ଆସିଯିବା ପରେ ଏଭଲି ଉଲଗ୍ନ ହୋଇଯାଇଥିଲେ। କିନ୍ତୁ ତାହା ପ୍ରକୃତରେ ସତ ନୁହେଁ। ପରଫ୍ୟୁମ୍ ବ୍ରାଣ୍ଡର ପ୍ରମୋଟ ପାଇଁ ସେ ନିଜକୁ ଉଲଗ୍ନ କରିଛନ୍ତି ବୋଲି ସିଡ୍ରେଲା ନିଜେ କହିଛନ୍ତି।

ମତାମତ ଦିଅନ୍ତୁ ।