ବ୍ରିଟିଶ ସାଂସଦ କହିଲେ କାଶ୍ମୀର ଭାରତର, ପାକ୍ ପିଓକେରୁ ସେନା ଖାଲି କରୁ

ନୂଆଦିଲ୍ଲୀ : କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଝଟକା ଦେଇଛନ୍ତି ଜଣେ ବ୍ରିଟିଶ ସାଂସଦ। ସେ କହିଛନ୍ତି ଜମ୍ମୁ-କାଶ୍ମୀର ଭାରତର ଅଭିନ୍ନ ଅଂଶ। ତେଣୁ ପାକିସ୍ତାନ ପିଓକେ ସେନା ଖାଲି କରିବା ଉଚିତ।

ବ୍ରିଟିଶ ସାଂସଦ ବବ୍ ବ୍ଲାକମେନ୍ କାଶ୍ମୀର ପ୍ରସଙ୍ଗକୁ ପାକିସ୍ତାନ ସଂଯୁକ୍ତ ରାଷ୍ଟ୍ରରେ ଉଠାଇବା ଯୋଜନାକୁ ବିରୋଧ କରିଛନ୍ତି। ସେ କହିଲେ ଜମ୍ମୁ-କାଶ୍ମୀର ହେଉଛି ଭାରତର ଅଭିନ୍ନ ଅଙ୍ଗ। ଯେଉଁମାନେ କାଶ୍ମୀରରେ ୟୁଏନର ରିଜୋଲେସନ ପାଳନ କରିବା ପାଇଁ କହୁଛନ୍ତି ସେମାନେ ଏହାକୁ ଉଲଙ୍ଘନ କରୁଛନ୍ତି। ୟୁଏନ ପୂର୍ବରୁ ପିଓକେକୁ ଜମ୍ମୁ-କାଶ୍ମୀରର ଅଂଶ ବୋଲି କହି ସାରିଛି। ଏହାକୁ ଜମ୍ମୁ-କାଶ୍ମୀରରେ ମିଶାଯାଉ। ପ୍ରଥମେ ପିଓକେକୁ ପାକ୍ ସେନା ଖାଲି କରୁ ବୋଲି ବ୍ଲାକମେନ୍ ପରାମର୍ଶ ଦେଇଛନ୍ତି।

ମତାମତ ଦିଅନ୍ତୁ ।