ନକ୍ସଲଙ୍କ ଆକ୍ରମଣ ଯୋଜନା ପଣ୍ଡ

ନୂଆଦିଲ୍ଲୀ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବେଳେ ବଡ଼ଧରଣର ନକ୍ସଲ ଆକ୍ରମଣ ଯୋଜନାକୁ ଆଜି ସୁରକ୍ଷାକର୍ମୀ ବିଫଳ କରିଦେଇଛନ୍ତି। ପେଣ୍ଡରୀ ଜଙ୍ଗଲରେ ଆକ୍ରମଣ ପାଇଁ ନକ୍ସଲମାନେ ଯୋଜନା କରୁଥିବା ବେଳେ ଗଡ଼ଚିରୋଲି ପୋଲିସ୍‌ର ସି୬୦ କମାଣ୍ଡୋମାନେ ଖବର ପାଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ। ଅପରେସନ ବେଳେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ। ତେବେ ଜଙ୍ଗଲ ମଧ୍ୟରୁ ୧୫ଟି ହ୍ୟାଣ୍ଡ ଗ୍ରେନେଡ, ୧୫ ଜିଲେଟିନ୍‌ ଷ୍ଟିକ୍‌, ଗୋଟିଏ ପ୍ରେସର କୁକର ବୋମା ଓ ୫ରୁ ୬ କେଜି ବିସ୍ଫୋରକ ଜବତ କରାଯାଇଛି।

ମତାମତ ଦିଅନ୍ତୁ ।