ଭଡାଘରୁ ବଙ୍ଗୀୟ ଯୁବତୀ ଉଦ୍ଧାର, ଅସଂଯତ ଅବସ୍ଥାରେ ୨ ଗିରଫ

ଭୁବନେଶ୍ଵର : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ପିପଲନଳା ଅଂଚଳରୁ ପୋଲିସ ଏକ ସେକ୍ସ ରରାକେଟ ଠାବ କରିଛି । ଗତକାଲି ରାତିରେ ବିଶ୍ବସ୍ଥ ସୂତ୍ରରୁ ଖବରପାଇ ପିପଲନଳାର ଏକ ଘର ଉପରେ ପୋଲିସ ଚଢଉ କରି ଜଣେ ଜଣେ ବଙ୍ଗୀୟ ୟୁବତୀଙ୍କୁ ଉଦ୍ଧାର କରିଥିବାବେଳେ ଜଣେ ଦଲାଲ, ଦୁଇଜଣ ଗ୍ରାହକଙ୍କୁ ଗିରଫ କରିବା ସହ ଆପତ୍ତି ଜନକ ଜିନିଷ ଜବତ କରିଛି । ଗିରଫଙ୍କଠାରୁ ପୋଲିସ ୪ଟି ମୋବାଇଲ ଓ ୧୩୮୦ଟଙ୍କା ମଧ୍ୟ ଜବତ କରିଛି ।

ମହମ୍ମଦ ଇଆଜ ନାମକ ଜଣେ ପେଶାଦାର ଦେହବେପାରୀ ତଥା ଦଲାଲ କିଛିଦିନ ତଳେ ପିପଲନାଳର ସୁଧୀର ବାରିକଙ୍କର ଏକ ଘର ଭଡା ନେଇ ରହିବା ସହ ସେଠାରେ ଦେହ ବ୍ୟବସାୟ ଆରମ୍ଭ କରିଥିଲା । ବାହାର ରାଜ୍ୟରୁ ଯୁବତୀଙ୍କୁ ଆଣି ଏହି ଘରେ ଦେହ ବ୍ୟବସାୟରେ ଲଗାଉଥିଲା । ତେବେ ଗତକାଲି ରାତିରେ ଏହି ଘର ଉପରେ ଭବାନୀପାଟଣା ପୋଲିସ ଚଢାଉ କରିଥିଲା । ଚଢଉ ବେଳେ ଜଣେ ବଙ୍ଗୀୟ ୟୁବତୀଙ୍କ ସହ ଖରିାରର ରଶ୍ମିରଞ୍ଜନ ସିଂ ଓ ଅମିତ ପ୍ରଧାନ ନାମକ ଦୁିଜଣ ଗ୍ରାହକଙ୍କୁ ଆପତ୍ତିଜନକ ଅବସ୍ଥାରେ ଥିବାବେଳେ ପୋଲିସ ସେମାନଙ୍କୁ ଗିରଫ କରିଥିଲା ।

ମତାମତ ଦିଅନ୍ତୁ ।