ଭଦ୍ରକ : ଭୁଜାଲି ମାଡରେ ତିନି ଆହତ

ଭଦ୍ରକ : ଧୂସୁରି ଥାନା ଭଣ୍ଡାରିପଡା ଗାଁରେ ପାରିବାରିକ କଳହକୁ ନେଇ ଭୁଜାଲି ମାଡ ହୋଇଛି। ଏହି ଘଟଣାରେ ମା , ଝିଅ ଓ ପୁଅ ଆହତ ହୋଇଛନ୍ତି। ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନୈତିକ ସମ୍ପର୍କ ଏହି ଗଣ୍ଡଗୋଳର କାରଣ ବୋଲି ଲୋକେ କହୁଛନ୍ତି। ତେବେ ଧୂସୁରି ଥାନାରେ ଭୁଜାଲି ମାଡ ନେଇ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ମତାମତ ଦିଅନ୍ତୁ ।