ଭଦ୍ରକ : ୩ ଡକାୟତ ଗିରଫ

ଭଦ୍ରକ : ବଡ଼ଧରଣର ଡକାୟତି ଯୋଜନାକୁ ଭଦ୍ରକ ପୋଲିସ ପଣ୍ଡ କରିଦେଇଛି। ତିନି ଜଣଙ୍କୁ ପୋଲିସ କାବୁ କରିଥିବା ବେଳେ ୨ ଜଣ ଡକାୟତ ଖସି ପଳାଇବାକୁ ସକ୍ଷମ ହୋଇଛନ୍ତି। ଖବର ଅନୁଯାୟୀ ୧୬ ନମ୍ବର ଜାତୀୟ ରାଜପଥର ଚରମ୍ପା ନିକଟରେ କିଛି ଦୁର୍ବୃତ୍ତ ଡକାୟତି ପାଇଁ ଯୋଜନା କରୁଥିଲୋ। ଏ ସମ୍ପର୍କରେ ସୂଚନା ପାଇ ପେଟ୍ରୋଲିଂ ଟିମ ସହ ଭଦ୍ରକ ଟାଉନପୋଲିସ ଘଟଣାସ୍ଥଳରେ ପହଞ୍ଚି ଡକାୟତଙ୍କୁ ଘେରି ଯାଇଥିଲେ। ବନ୍ଧୁକ ସହ ତିନିଜଣଙ୍କୁ ପୋଲିସ ଗିରଫ କରିଛି। ଦୁଇଜଣ ଖସି ପଳାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।