ଭାଇରାଲ ହେଲା ଅଭିନେତ୍ରୀ ଶ୍ରୀୟାଙ୍କ କିସ୍ ଭିଡିଓ

ମୁମ୍ବାଇ : ଚଳଚିତ୍ର ପ୍ରଯୋଜକ ରମେଶ ତୌରାନଙ୍କ ଘରେ ଦିପାବଳୀ ଉତ୍ସବ ପାଇଁ ଗତକାଲି ରାତିରେ ଏକ ପାର୍ଟିର ଆୟୋଜନ କରାଯାଇଥିଲା। ଏଥିରେ ସାମିଲ ହୋଇଥିଲେ ବଲିଉଡ୍‌ର ବହୁ ନାମିଦାମୀ କଳାକାର। ବଲିଉଡ୍‌ ଅଭିନେତ୍ରୀ ଶ୍ରୀୟା ସରନ୍‌ ଓ ତାଙ୍କ ସ୍ଵାମୀ ବି ଥିଲେ ଅତିଥି। ବିବାହ ପରେ ପବ୍ଲିକ୍ ସ୍ଥାନରେ ଶ୍ରୀୟା ବହୁତ କମ୍‌ ନଜର ଆସୁଥିବା ବେଳେ ଲିଫ୍ଟ ବାହାରେ ଶ୍ରୀୟା ତାଙ୍କ ସ୍ଵାମୀଙ୍କୁ କିସ୍‌ କରିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ଦର୍ଶକ ପସନ୍ଦ କରିଛନ୍ତି। ୟୁଜର୍ସ ଏହି ଯୋଡିକୁ ପରଫେକ୍ଟ ବୋଲି କହିଥିବା ବେଳେ କେତେକ କହିଛନ୍ତି ପବ୍ଲିକ ସାମ୍ନାରେ କିସ୍‌ କରିବା ଆବଶ୍ୟକ ନଥିଲା। ସୂଚନାଯୋଗ୍ୟ ୨୦୧୮ ମାର୍ଚ୍ଚ ୧୨ ତାରିଖରେ ଶ୍ରୀୟା ଗୁପ୍ତ ଭାବରେ ତାଙ୍କ ରସିଆନ ବୟଫ୍ରେଣ୍ଡଙ୍କୁ ବିବାହ କରିଥିଲେ।

ମତାମତ ଦିଅନ୍ତୁ ।